ସଂଚାର ବ୍ୟୁରୋ: ବଲିଉଡ ପ୍ରତିଷ୍ଠିତ ହାସ୍ୟ ଅଭିନେତା ସତୀଶ ଶାହାଙ୍କ ପରଲୋକ ହୋଇଛି । 74 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ କିଡ଼ନୀ ରୋଗରେ ପୀଡିତ ଥିଲେ । ସେ ପ୍ରାୟ 200 ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଜଣେ ପ୍ରଖ୍ୟାତ ହାସ୍ୟ ଅଭିନେତା ଭାବେ ବଲିଉଡରେ ତାଙ୍କର ଏକ ଭିନ୍ନ ପରିଚୟ ରହିଥିଲା ।
ସୂଚନା ମୁତାବକ, ‘Sarabhai vs Sarabhai’, ‘Jaane Bhi Do Yaaro’, and ‘Main Hoon Na’ରେ ତାଙ୍କ ଭୂମିକା ପାଇଁ ଲୋକପ୍ରିୟ ସତୀଶଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିଲା। କିଛି ବର୍ଷ ହେବ ସେ ଏହି ସମସ୍ୟା ସହ ଲଢ଼ୁଥିବା ବେଳେ କିଛି ଦିନ ତଳେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ଏହା ସତ୍ତ୍ବେ ବି ତାଙ୍କୁ ବଞ୍ଚାଯାଇପାରିନଥିଲା। ମୃତ୍ୟୁ ପରେ ଏବେ ତାଙ୍କ ଶରୀର ହସ୍ପିଟାଲରେ ରହିଛି। ରବିବାର ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରଖିଛନ୍ତି ପରିବାର।

