ବାଲି ମାଫିଆଙ୍କଠାରୁ ଟଙ୍କା ମାଗିବା ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆସିକା ବିଜେପି ବିଧାୟକ ସରୋଜ ପାଢୀ । ସେ କହିଛନ୍ତି, ଭାଇରାଲ ଅଡିଓ ସଂପୂର୍ଣ୍ଣ ମିଛ । ମୋତେ ବଦନାମ କରିବାକୁ ବିରୋଧୀଙ୍କର ଏହା ଚାଲ୍ ବୋଲି କହିଛନ୍ତି ସରୋଜ ପାଢୀ । ସରୋଜ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ଦୁଇ ଲକ୍ଷ ଟଙ୍କା ଅନ୍ୟ ଜଣେ ବ୍ୟକ୍ତି ନେଇ ଫେରାଉନଥିବାରୁ ହସ୍ତକ୍ଷେପ କରି ଟଙ୍କା ଫେରାଇବାକୁ ଫୋନରେ କହିଥିଲି । ମୁଁ ଫୋନ୍ କରିବା ପରେ ସେହି ବ୍ୟକ୍ତି ଜଣକ ଟଙ୍କା ଫେରାଇଥିଲେ । ଲୋକ ପ୍ରତିନିଧି ହିସାବରେ ଏଭଳି କାର୍ଯ୍ୟ କରିଛି ବୋଲି କହିଛନ୍ତି ସରୋଜ ପାଢୀ