Thursday, June 18, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମହଙ୍ଗା ପଡିଲା ମହିଳାଙ୍କୁ ପ୍ରେମ ନିବେଦନ, ବଦଳିଲେ IIC

Sanchar Live by Sanchar Live
June 18, 2026
in ଓଡିଶା
0
ମହଙ୍ଗା ପଡିଲା ମହିଳାଙ୍କୁ ପ୍ରେମ ନିବେଦନ, ବଦଳିଲେ IIC
0
SHARES
1
VIEWS
FacebookTwitter

ମହଙ୍ଗା ପଡିଲା ମହିଳାଙ୍କୁ ପ୍ରେମ ନିବେଦନ କରିବା । ବଦଳିଲେ ଶରଣକୂଳ ଥାନା ଆଇଆଇସି ସୁଜିତ ଦାସ । ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନୟାଗଡ ଶରଣକୂଳ ଥାନା ଅଧିକାରୀ ସୁଜିତ ଦାସଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ରାଜ୍ୟ ପୋଲିସ୍‌ ମୁଖ୍ୟାଳୟ ତରଫରୁ ବଦଳି ନିର୍ଦ୍ଦେଶ ହୋଇଛି । ମହିଳାଙ୍କ ଅଭିଯୋଗ ଆଧାରରେ ଆଇଆଇସିଙ୍କୁ ବିରୋଧରେ ମାମଲା ରୁଜୁ ସହ ବଦଳି ହୋଇଛି । ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।

ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ କିଛି ଗ୍ରାମବାସୀଙ୍କ ସହ ମହିଳାଙ୍କ ପରିବାରର ଝଗଡ଼ା ହୋଇଥିଲା, ଯେଉଁଥିରେ ତାଙ୍କ ଘର ଭଙ୍ଗାରୁଜା ହୋଇଥିଲା। ଏହି ଘଟଣାରେ ମହିଳା ଜଣକ ଶରଣକୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ପୁଲିସ ଅଧିକାରୀ ସୁଜିତ କୁମାର ଦାସ ତାଙ୍କ ଫୋନ୍ ନମ୍ବର ନେଇଥିଲେ ଏବଂ ତାଙ୍କ ସହ ଯୋଗାଯୋଗରେ ଥିଲେ। ଅଭିଯୋଗ ଅନୁଯାୟୀ, ଅଧିକାରୀ ଜଣକ ତାଙ୍କୁ ଆପତ୍ତିଜନକ ଫଟୋ ପଠାଇବା ସହ ଖରାପ ଭାଷା ବ୍ୟବହାର କରିଥିଲେ ଏବଂ ବାରମ୍ବାର ଭିଡିଓ କଲ୍ କରି ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିଲେ।

 

ମହିଳାଙ୍କ ଅଭିଯୋଗ ମୁତାବକ, ଅଧିକାରୀ ଜଣକ ତାଙ୍କୁ ଭିଡିଓ କଲ୍‌ରେ ଅଶ୍ଳୀଳ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ, ଯାହାକୁ ସେ ମନା କରିଦେଇଥିଲେ। ପରେ ତାଙ୍କୁ ଏକ ଗାଡ଼ିରେ ନୟାଗଡ଼ର ଏକ ଭଡ଼ା ଘରକୁ ନେଇ ସେଠାରେ ତାଙ୍କ ସହ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହି କଥା କାହାକୁ କହିଲେ ପରିବାର ଲୋକଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିଲା।

ଏକ ଆପତ୍ତିଜନକ ଭିଡିଓର ସ୍କ୍ରିନସଟ୍ ସୋସିଆଲ୍ ମିଡିଆରେ ସେୟାର କରିବା ପରେ, ଗତ ମେ ୨୮ ତାରିଖରେ ପୁଲିସ ଅଧିକାରୀ ତାଙ୍କୁ ଜୋରଜବରଦସ୍ତି ଉଠାଇ ନେଇ ଏକ ମିଥ୍ୟା ମାମଲାରେ ଗିରଫ କରିଥିଲେ। ସେ ଜୁନ୍ ୧୨ ତାରିଖରେ ଜାମିନରେ ମୁକୁଳିଥିବା କହିଛନ୍ତି। ଏହା ସହ ତାଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇ ସମସ୍ତ ପ୍ରମାଣ (ଫଟୋ ଓ ଭିଡିଓ) ଡିଲିଟ୍ କରାଯାଇଥିବା ସେ ଦାବି କରିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଅଭିଯୁକ୍ତ ଅଧିକାରୀଙ୍କୁ ତୁରନ୍ତ ଶରଣକୁଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।

Tags: nayagarhsarankul
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମହଙ୍ଗା ପଡିଲା ମହିଳାଙ୍କୁ ପ୍ରେମ ନିବେଦନ, ବଦଳିଲେ IIC
  • ପବିତ୍ର ଶୀତଳ ଷଷ୍ଠୀ’ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା
  • ଆଜି ମଧ୍ୟରାତ୍ରିରେ ଦେବଦମ୍ପତ୍ତିଙ୍କ ପଡ଼ିବ ହାତଗଣ୍ଠି
  • ବଢିଲା ଖରା ଛୁଟି, ୨୨ରେ ଖୋଲିବ ସ୍କୁଲ
  • ବିଦ୍ୟୁତ୍‌ ଆଘାତରେ ୨ ଯାଆ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.