ସଂଚାର ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ଯା ଘଟଣା। ପଲିଗ୍ରାଫ ଟେଷ୍ଟରେ କଣ କହିଲା- ମୁଖ୍ଯ ଅଭିଯୁକ୍ତ ସଞ୍ଜୟ ରୟ। ଏହାକୁ ନେଇ ଜାରି ରହିଛି ଚର୍ଚ୍ଚା। ପଲିଗ୍ରାଫ ଟେଷ୍ଟ ବେଳେ ସେ ଅପରାଧ ଘଟାଇବା ରାତିରେ କୋଲକାତାର ୨ଟି ରେଡଲାଇଟ ଇଲାକା ସୋନାଗାଛି ଓ ଚେତଲାକୁ ଯାଇଥିଲା ବୋଲି ସ୍ବୀକାର କରିଛି। ଏପରିକି ବାଟରେ ଜଣେ ମହିଳାଙ୍କୁ ସେ ଅସଦାଚରଣ କରିଥିବା ବି ବିଷୟ କହିଛି। ସେ ତାର ଗର୍ଲଫ୍ରେଣ୍ଡ ସହ ଭିଡିଓ କଲରେ ବି କଥା ହୋଇଥିଲା ଏବଂ ତାଙ୍କର ନଗ୍ନ ଫଟୋ ପଠାଇବା ଲାଗି କହିଥିଲା। ସଞ୍ଜୟର ସ୍ବୀକାରୋକ୍ତି ଅନୁସାରେ ସେ ଅଗଷ୍ଟ ୮ ତାରିଖ ରାତିରେ ହସ୍ପିଟାଲରେ ପହଞ୍ଚିଥିଲା। ରାତି ୧୧.୧୫ରେ ସେ ହସ୍ପିଟାଲ ଛାଡି ରାସ୍ତାରେ ମଦ୍ଯପାନ କରିଥିଲା। ଭୋର ୪ଟା ୩ ମିନଟରେ ସେ ତୃତୀୟ ମହଲାରେ ଥିବା ସେମିନାର ହଲକୁ ଯାଇଥିଲା ଯାହାର ସିସିଟିଭି ଫୁଟେଜ କଏଦ ହୋଇଥିଲା। ସେଠାରେ ପୀଡିତା ଶୋଇଥିଲେ। ସେ ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧୁ ତଥା ପୋଲିସ ଅଫିସର ଅନୁପମ ଦତ୍ତଙ୍କ ଘରକୁ ଯାଇଥିଲା। କଲ ଡାଟା ରେକର୍ଡ ଅନୁସାରେ ସମସ୍ତ ତଥ୍ଯ ସତ୍ଯ ପ୍ରମାଣିତ ବୋଲି ପୋଲିସ କହିଛି। ସଞ୍ଜୟର ଫୋନରୁ ଅନେକ ଅଶ୍ଲୀଳ ଭିଡିଓ ବି ଜବତ ହୋଇଥିବା ସୂଚନା ମିଳିଛି। ଗତ ଅଗଷ୍ଟ ୧୦ ତାରିଖରେ ସଞ୍ଜୟକୁ ଗିରଫ କରିଥିଲା କୋଲକାତା ପୋଲିସ।…
() କୋଲକାତା ଆରଜି କର ମେଡିକାଲ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ଯା ଘଟଣା। ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ ବାସଭବନରେ ସିବିଆଇ କରିଛି ଛାନବିନ। ଏହା ସହ ପୂର୍ବତନ ମେଡିକାଲ ଅଧ୍ଯକ୍ଷ ସଞ୍ଜୟ ବଶିଷ୍ଠ ଓ ୧୩ ଜଣଙ୍କ ଘରେ ବି ରେଡ କରିଛି ସିବିଆଇ। ସନ୍ଦୀପଙ୍କ ଘରୁ ବିପୁଳ ନଥି ଜବତ ହୋଇଥିବା ସୂଚନା ମିଳିଛି। ସନ୍ଦୀପଙ୍କୁ ସିବିଆଇର ୭ ଜଣ ଅଫିସର ଜେରା କରିଛନ୍ତି।