ସଂଚାର ବ୍ୟୁରୋ: ସାରା ଦେଶରେ କୋଲକାତା ଦୁଷ୍କର୍ମ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ଆଇଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଷ୍କର୍ମ ଓ ହତ୍ୟା ମାମଲାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କରିଛି । ଗତ ୧୦ ଦିନ ମଧ୍ୟରେ ସନ୍ଦୀପଙ୍କୁ ଶହେ ଘଣ୍ଟା ଧରି ପଚରାଉଚରା କରିଥିଲା ସିବିଆଇ । ଗତ ଶନିବାର ଆର୍ଥକ ଅନିୟମିତତା ମାମଲାରେ ସିବିଆଇ ମାମଲା ରୁଜୁ କରିଥିଲା ।

