ସଂଚାର ବ୍ୟୁରୋ: ଗିରଫ ହେଲେ ଆରଜି କର୍ ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ। ଏକ ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ କଲା ସିବିଆଇ। ଗତ ସପ୍ତାହରେ ଶହେ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା ସିବିଆଇ। କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବିବାଦକୁ ଆସିଥିଲେ ।
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କରିଥିଲା । ଗତ 10 ଦିନ ମଧ୍ୟରେ ସନ୍ଦୀପଙ୍କୁ ଶହେ ଘଣ୍ଟା ଧରି ପଚରାଉଚରା କରିଥିଲା ସିବିଆଇ । ଗତ ଶନିବାର ଆର୍ଥକ ଅନିୟମିତତା ମାମଲାରେ ସିବିଆଇ ମାମଲା ରୁଜୁ କରିଥିଲା ।