ସଂଚାର ବ୍ୟୁରୋ: ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ତଦନ୍ତକୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା। କହିଲେ ପାଣ୍ଡିଆନ୍ ହେଲିକପ୍ଟରରେ ବୁଲି ଜନଶୁଣାଣି କରୁଥିଲେ। ମଠ ମନ୍ଦିର ବିକାଶ ହୋଇଛି। ଏ ସରକାର ଆସିବା ପରେ ପିସି କାରବାର ବଢିଛି। ଯାଜପୁରରେ କାମ କରି ଦେଉନାହାନ୍ତି। ସେମାନେ ଆକସ୍ମିକ ଶାସନକୁ ଆସିଛନ୍ତି। ସେଥିପାଇଁ କହୁଛନ୍ତି ପୂର୍ବ ସରକାରର ଦୁର୍ନୀତିକୁ ତଦନ୍ତ କରିବେ। ଯଦି ନବୀନ ସରକାର ଦୁର୍ନୀତି ଗ୍ରସ୍ତ ଥିଲୁ ତାହାଲେ ଏତେ ବର୍ଷ ଶାସନ୍ କଲୁ କେମିତି? ଡବଲ ଇଞ୍ଜିନ୍ ଶାସନ୍ କେମିତି ହେବ ତା ଉପରେ ଧ୍ୟାନ ଦିଅନ୍ତୁ। ନିଜକୁ ସୁଶାସନର ସରକାର କହୁଥିବା ବିଜେପି ନିଜ ପରାକାଷ୍ଠା ଦେଖନ୍ତୁ। କିଏ ହେଲିକ୍ୟାପ୍ଟର ରେ ବୁଲିଲା କିଏ ଶଗଡ଼ରେ ବୁଲିଲା ତାକୁ ଛାଡ଼ି ଲୋକଙ୍କ ବିକାଶ କଥା ଚିନ୍ତା କରନ୍ତୁ ।