ସଂଚାର ବ୍ୟୁରୋ: ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ଗାୟିକାଙ୍କ ପରିବାର । ବିପଦ ଆଶଙ୍କାରେ ଥାନାରେ ହୋଇନି ଅଭିଯୋଗ । ସମ୍ବଲପୁରୀ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଯୁବ କଳାକାର ରୁକ୍ସାନା ବାନୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ରୁକସାନା ବାନୋଙ୍କ ପରିବାର ।
ସାମାଜିକ ଗଣମାଧ୍ୟମରେ ତାଙ୍କ ମା’ ପଶ୍ଚିମ ଓଡିଶାର ଜଣେ ବିଶିଷ୍ଟ କଳାକାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ତେବେ ତାଙ୍କ ପରିବାର ପ୍ରତି ବିପଦ ଥିବାରୁ ସେମାନେ କୌଣସି ଥାନାରେ ଅଭିଯୋଗ କରିନାହାନ୍ତି । ଭବାନୀପାଟଣାକୁ କବର ଦେବାକୁ ନେଉଥିବା କହିଛନ୍ତି । ତାଙ୍କ ପଛରେ କିଛି ଅସାମାଜିକ ଯୁବକ ଥିବା ସାଂଘାତିକ ଅଭିଯୋଗ କରିଛନ୍ତି ରୁକ୍ସାନା ବାନୋଙ୍କ ପରିବାର । ପୂର୍ବରୁ ସେ ଦିଲ୍ଲୀ ଜନ୍ତରମନ୍ତରରେ ନିଜ ହକ୍ ପାଇଁ ଧାରଣା ଦେଇ ଚର୍ଚ୍ଚିତ ହୋଇଥିଲେ ।