ସମ୍ବଲପୁର: ସମ୍ବଲପୁରରେ ଘଟିଛି ବଡ଼ ଧରଣର ଡକାୟତି। ଆଜି ସକାଳୁ ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ଥିବା ମଣପୁରମ୍ ଗୋଲ୍ଡ ଫାଇନାନ୍ସ କାର୍ଯ୍ୟାଳୟରୁ ଲୁଟି ନେଇଛନ୍ତି ଲକର ଭିତରେ ଥିବା ୩୦ କେଜି ସୁନା ସହ ନଗଦ ଟଙ୍କା। ଆଜି ମଣପୁରମ୍ ଗୋଲ୍ଡ ଫାଇନାନ୍ସ କାର୍ଯ୍ୟାଳୟ ଖୋଲିବା ମାତ୍ରେ ୧୦ ରୁ ଉର୍ଦ୍ଧ୍ବ ଡକାୟତ ଭିତରେ ପଶି ସବୁ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ତାଙ୍କୁ ବାନ୍ଧି ଦେଇଥିଲେ। ପରେ ଲକର ଭିତରେ ଥିବା ୩୦ କେଜି ସୁନା ଓ ନଗଦ ଟଙ୍କା ଲୁଟକରି ଫେରାର ମାରିଛନ୍ତି ଦୁର୍ବୃତ୍ତ। ଖବର ପାଇ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମଣପୁରମ୍ ଗୋଲ୍ଡ ଲୋନ୍ ସୁନା ଗହଣା ବନ୍ଧା ରଖି ଲୋନ ନେବାର ବ୍ୟବସ୍ଥା ଏଠାରେ ରହିଥାଏ।