ସଂଚାର ବ୍ୟୁରୋ: ସମ୍ବଲପୁର କାମଲିବଜ଼ାରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଜିଏସଟି ରେଡ l ଦୀର୍ଘଦିନ ହେବ ଏହି କପଡା ହୋଲସେଲ ଦୋକାନି ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା l ଆଜି ଦିନ ପ୍ରାୟ ୧୨ଟା ସମୟରେ କମଳିବଜ଼ାରରେ ଥିବା ମିତ୍ତଳ ଏଜେନସିରେ ହଟାତ ଏକ ୧୫ ଜଣିଆ ଟିମ ଚଢ଼ାଉ କରିଥିଲେ l ଏକକାଳୀନ ଏହି ଏଜେନ୍ସିର ୫ ଟି ସ୍ଥାନରେ ୧୫ ଟିମ ଚଢ଼ାଉ କରିଥିଲେ l କୋଟି କୋଟି ଟଙ୍କାର ଜିଏଟି ଫାଙ୍କିବାର ଅଭିଯୋଗ ଆସିବା ପରେ ସିଟି ଜିଏସଟି ବିଭାଗର ବହୁ ଅଧିକାରୀ ଏହି ରେଡରେ ସାମିଲ ଅଛନ୍ତି l କେଉଁଠୁ ଜିନିଷ ଆସୁଛି କେଉଁ ଅଂଚଳକୁ ସପଲାଏ ହେଉଛି ସମସ୍ତ କାଗଜ ପତ୍ର ଯାଞ୍ଚ କଲାପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି l