ସଂଚାର ବ୍ୟୁରୋ: ସମ୍ବଲପୁର ରଙ୍ଗିଆଟିକିରାରେ ପୋଲିସର ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ଏନକାଉଣ୍ଟର କରିଛି ଗୋବିନ୍ଦପୁର ଥାନା ପୋଲିସ। ସୀତାରାମର ବାମ ଗୋଡ଼ରେ ବାଜିଛି ଗୁଳି । ପ୍ରଥମେ ତାକୁ କୁଚିଣ୍ଡା ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଆଜି ସକାଳେ ଗିରଫ କରିବାକୁ ଯାଇଥିବାବେଳେ ଗିରଫଦାରୀ ଏଡାଇବାକୁ ଯାଇ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା | ଭୋର ୫ଟା ୧୫ ସମୟରେ ଏନକାଉଣ୍ଟର କରିଛି ପୋଲିସ । ତା ନାଁରେ ବିଭିନ୍ନ ଥାନାରେ ଡକାୟତି, ଚୋରି, ହତ୍ୟା ଉଦ୍ୟମ ଭଳି ୨୫ରୁ ଉର୍ଦ୍ଧ୍ବ ମାମଲା ରହିଛି । ତା ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୨ଟି ଖୋକା, ୧ଲକ୍ଷ ଟଙ୍କା, ଗୋଟିଏ ବାଇକ ଜବତ କରିଛି ପୋଲିସ |