ପୋଲିସକୁ ନାହିଁ ଭୟ। ଛାତ୍ରୀଙ୍କୁ ଆକ୍ରମଣ କରିବାକୁ ପଛାଇଲେନି ଏକାଧିକ ଯୁବକ। ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ରୀଙ୍କୁ କରିଛନ୍ତି ସଂଘବଦ୍ଧ ଆକ୍ରମଣ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ଲାଗି ଛାତ୍ରୀଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ ସାମ୍ନା ଦେଇ ଯାଇଥିବା ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରେ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା ବୁର୍ଲା ପୋଲିସ। ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଏକ ପଡିଆରେ ଗତକାଲି ସନ୍ଧ୍ୟାରେ ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।ଯୁବତୀଙ୍କୁ ଆକ୍ରମଣ ହୋଇଥିବା ତାଙ୍କ ବାପା ପୋଲିସକୁ କହିଛନ୍ତି।ଯୁବତୀଙ୍କୁ ଆକ୍ରମଣ ହୋଇଥିବା ତାଙ୍କ ବାପା ପୋଲିସକୁ କହିଛନ୍ତି।ଯୁବତୀ ଜଣକ ବୁର୍ଲା ବାସିନ୍ଦା ହୋଇଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଲାଇବ୍ରେରି ସାଇନ୍ସ ବିଭାଗ ସ୍ନାତକୋତ୍ତର ଛାତ୍ରୀ।ଆ କ୍ରମଣ ପଛରେ ୧୦ରୁ ୧୫ ଯୁବକ ଥିବା ସନ୍ଦେହ କରାଯାଉଛି। ତେବେ କିଏ ଓ କାହିଁକି ଆକ୍ରମଣ କରିଛି ଜଣାପଡ଼ିନାହିଁ। ଘଟଣାସ୍ଥଳରେ ସମ୍ବଲପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଖୁବଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ ବୋଲି କହିଛନ୍ତି ଏସପି।