ସଂଚାର ବ୍ୟୁରୋ: ଆନ୍ତ ରାଜ୍ୟ ଡକାୟତ ଗିରଫ । ସାଲେପୁର ଏସଡିପିଓ ଙ୍କ ନେତୃତ୍ଵରେ ଚଢାଉ କରି ୫ ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ଏହାସହ ଅଳଙ୍କାର, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଲେ ଗ୍ରାମାଞ୍ଚଳ ଏସପି । କଟକ ଜିଲ୍ଲା ଭଦେରେଶ୍ୱର ଥାନା ଏରକଣା ରମେଶ ସାହୁଙ୍କ ସୁନା ଗହଣା ଚୋରୀ ଘଟଣାରେ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅଭିଯୁକ୍ତଙ୍କ ଠାରୁ ୨୫୩ ଗ୍ରାମ ସୁନା, ୨୧୦ ଗ୍ରାମ ରୁପା ୨ଟି ମୋବାଇଲ ଜବତ କରାଯାଇଛି । ସୁନା ଓ ରୂପା ଅଳଙ୍କାର ଗୁଡିକୁ ମୁଖ୍ୟ ଅଭିଯୁକ୍ତ ବିକାଶ ଦାସଙ୍କ ସହଯୋଗରେ ମୁଥୁଡ ଫାଇନାନ୍ସରେ ବନ୍ଧକ ଥୋଇ ଟଙ୍କା ଆଣିଥିବା ଜଣାପଡ଼ିଛି । ଅଭିଯୁକ୍ତ ମାନେ ହେଲେ କେନ୍ଦ୍ରାପଡା ଜିଲ୍ଲା ଡେରାବିସ ଥାନା ଅଂଚଳର ବିକାଶ ଦାସ, ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର କୁନା ଦାସ, କେନ୍ଦ୍ରାପଡା ଥାନା ଅଞ୍ଚଳର ଦେବାଶିଷ ସାହୁ । ଅଭିଯୁକ୍ତଙ୍କ ବିରୋଧରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଅଞ୍ଚଳର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।