ସଂଚାର ବ୍ୟୁରୋ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗୋପପୁର ଅଞ୍ଚଳରେ ବିଳମ୍ବିତ ରାତିରେ ଲୁଟ୍। ଘରେ କେହି ନଥିବାର ସୁଯୋଗ ନେଇ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ନିଶ୍ଚିନ୍ତକୋଇଲି ଥାନା ଗୋପପୁର ଗାଁର ସତ୍ୟଜିତ ବେହେରା ବାହାରେ ରହୁଥିବାବେଳେ ଘରତାଲା ଭଙ୍ଗା ଲୁଟପାଟ କରିଛନ୍ତି ଦୁର୍ବୃତ୍ତ। ଲୁଟ୍ ସମ୍ପର୍କରେ ଖବର ପାଇ ଘରେ ପହଞ୍ଚି ଆଲମାରୀ ଭଙ୍ଗା ହୋଇଥିବା ଦେଖିଛନ୍ତି ସତ୍ୟଜିତ। ୮୦ ଗ୍ରାମ ସୁନା ସହ ନଗଦ ୫ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।