ମାହାଙ୍ଗା ବ୍ଲକ୍ କର୍ମଚାରୀଙ୍କ ଦରମା ବନ୍ଦ । ଜୁଲାଇ ମାସର ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦରମା ବନ୍ଦ କରାଯାଇଛି । ଲଗାଣ ବର୍ଷାକୁ ଲକ୍ଷ୍ୟ କରି ସମସ୍ତଙ୍କ ଛୁଟି ବାତିଲ ଥିଲା ଏମରଜେନ୍ସିରେ ଅଫିସ ନଆସିବାରୁ ଅଭିଯୋଗ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗତ ୨୬ ତାରିଖ ଶନିବାର ପ୍ରବଳ ବର୍ଷା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା । କିନ୍ତୁ ବ୍ଲକକୁ କୌଣସି କର୍ମଚାରୀ ଆସିନଥିବା ଦର୍ଶାଇ ଜୁଲାଇ ମାସର ଦରମା ବନ୍ଦ ପାଇଁ ବିଡ଼ିଓଙ୍କୁ ଚିଠି କରିଥିଲେ ପ୍ରକଳ୍ପ ନିର୍ଦେଶକ । ଅଭିଯୋଗ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।