ସଂଚାର ବ୍ୟୁରୋ: ଡ୍ରଗ୍ସ ସେବନ ଅଭିଯୋଗରେ ମାଲାୟାଲମ ଅଭିନେତା ସାଇନ ଟମ୍ ଚାକୋ ଗିରଫ। ତେବେ ତାଙ୍କୁ ଜାମିନ ମିଳି ଯାଇଛି। ତାଙ୍କ ବିରୁଦ୍ଧରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟନ୍ସ (NDPS) ଆଇନର ଧାରା 27 (ଯେକୌଣସି ନିଶାଦ୍ରବ୍ୟ କିମ୍ବା ମାନସିକ ପଦାର୍ଥ ସେବନ) ଏବଂ 29 ( ପ୍ରୋତ୍ସାହନ ଓ ଅପରାଧିକ ଷଡଯନ୍ତ୍ର)ର ଦଫା ଲାଗିଥିଲା। କୋଚିର ଏକ ହୋଟେଲରେ ନାର୍କୋଟିକ୍ସ ଟିମ୍ ଚଢାଉ ବେଳଏ ସେ ପଳାଇ ଯାଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲାଆ। କିନ୍ତୁ ତାର କିଛି ଘଣ୍ଟା ଭିତରେ ହିଁ ଟମ୍ ଙ୍କୁ ମିଳିଛି ଜାମିନ। ୨୦୧୪ ର ସର୍ବାଧିକ ଆୟ କରିଥିବା ମାଲାୟଲମ ଚଳଚ୍ଚିତ୍ର – ଫ୍ୟାଣ୍ଟାସି କମେଡି ଚଳଚ୍ଚିତ୍ର ‘ଇତିହାସ’ ପାଇଁ ବେଶ ଚର୍ଚ୍ଚାକୁ ଆସିଥିଲେ ଟମ୍ । ଏକ ଇନଷ୍ଟାଗ୍ରାମ ଭିଡିଓରେ, ଭିନ୍ସି ତାଙ୍କର ଅଭିଜ୍ଞତା ସେୟାର କରି କହିଛନ୍ତି ଯେ ସେ ଆଉ ମଦ୍ୟପାନ କିମ୍ବା ଡ୍ରଗ୍ସ ଭଳି ପଦାର୍ଥର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସହିତ କାମ କରିବେ ନାହିଁ।