ସଂଚାର ବ୍ୟୁରୋ: ରବିବାର ସକାଳୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଅକାଳ ବିୟୋଗ ଘଟିଛି । ଏହି ଖବର ପାଇବା ପରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଟୁଇଟ କରି ଶୋକବ୍ୟକ୍ତ କରିଛନ୍ତି। ଧର୍ମେନ୍ଦ୍ର ଟୁଇଟ କରି ଲେଖିଛନ୍ତି, ଆମ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଜୁଏଲ ଭାଇଙ୍କ ଘରକୁ ଯିବା ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ମୋତେ ବହୁତ ସ୍ନେହ ଆଦର ମିଳିଛି ।
ଜଣେ ପରିବାରର ସଦସ୍ୟ ଭାବେ ଶ୍ରୀମତୀ ଝିଙ୍ଗିଆଙ୍କ ପରି ଧର୍ମପରାୟଣା ମହିଳାଙ୍କ ଅକାଳ ବିୟୋଗ ମୋତେ ବ୍ୟଥିତ କରିଛି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।