ସଂଚାର ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚି କୋଣାର୍କ ଗସ୍ତ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ବାଗତ କରିଥିଲେ । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ୫ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଆଜି ରାତିରେ ସେ କୋଣାର୍କ ଇକୋରିଟ୍ରିଟରେ ରହିବେ । ଆସନ୍ତାକାଲି ସୂର୍ଯ୍ୟମନ୍ଦିର ଦର୍ଶନ କରିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପୁରୀରୁ ଆସି ଧଉଳି ଶାନ୍ତିସ୍ତୁପ ଦେଖି ଭୁବନେଶ୍ୱର ପହଞ୍ଚିବେ। ଜୟଶଙ୍କର କହିଛନ୍ତି, ଓଡ଼ିଶାରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାଜ୍ୟ ସରକାର ଭବ୍ୟ ଆୟୋଜନ କରିଛନ୍ତି । ଏହି ସମ୍ମିଳନୀ ଅତି ସୁନ୍ଦର ହେବ ବୋଲି ସେ ଆଶା କରିଛନ୍ତି ।