ସଂଚାର ବ୍ୟୁରୋ: ୟୁକ୍ରେନ ଉପରେ ପୁଣି ରୁଷର ବଡଧରଣର ହମଲା। କିବସ୍ଥିତ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀର ଉପରେ ହୋଇଛି ଆଟାକ। କମ୍ପାନୀର ଏକ ପଣ୍ୟାଗାର ଉପରେ ରୁଷର ଏକ ମିସାଇଲ ମାଡ ହୋଇଥିବା ସୂଚନା ମିଳିଛି। ଭାରତ ସହ ରୁଷର ସୁସମ୍ପର୍କ ସତ୍ତ୍ବେ ଏହି ଆକ୍ରମଣକୁ ନେଇ ଅନେକ ପ୍ରଶ୍ନ ଉଠିଛି। ମସ୍କୋ ଜାଣିଶୁଣି ଏହି ଆକ୍ରମଣ କରିଛି ବୋଲି କହିଛି ନୂଆଦିଲ୍ଲୀସ୍ଥିତ ୟୁକ୍ରେନ ଦୂତାବାସ। ଭାରତର ଏକ ପ୍ରମୁଖ ଫାର୍ମାସ୍ୟୁଟିକାଲ କମ୍ପାନୀ କୁସୁମର ଏକ ପଣ୍ୟାଗାର ଉପରେ ଏହି ଆକ୍ରମଣ ହୋଇଛି। ସେପଟେ ଏହି ଆକ୍ରମଣ ପ୍ରସଙ୍ଗରେ ଭରତ ଓ ରୁଷ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇନାହିଁ। ସେପଟେ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟର ପାଲଟା ଅଭିଯୋଗ ଅନୁସାରେ ଦୁଇ ଦିନ ମଧ୍ୟରେ ରୁଷର ବିଭିନ୍ନ ଶକ୍ତି ଭିତ୍ତିଭୂମି ଉପରେ ୟୁକ୍ରେନ ପକ୍ଷରୁ ୫ଟି ଆକ୍ରମଣ କରାଯାଇଛି।

