ଭୁବନେଶ୍ୱର : ବଢ଼ିଲା ବରିଷ୍ଠ ଆଇଏଏସ ଅଫିସର ରୁପା ମିଶ୍ରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି । ଏନେଇ କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ଗୃହ ଓ ନଗର ବ୍ୟାପାର ବିଭାଗର ପ୍ରସ୍ତାବକୁ ଅନୁମୋଦନ ଦେଇଛି । ୨୦୦୪ ଓଡ଼ିଶା କ୍ୟାଡର ଆଇଏଏସ ରୁପା ମିଶ୍ର । ଗୃହ ଓ ନଗର ବ୍ୟାପାର ବିଭାଗର ଏବେ ଯୁଗ୍ମ ସଚିବ ଅଛନ୍ତି ରୁପା ମିଶ୍ର । ଆସନ୍ତା ଫେବ୍ରୁଆରୀ ୨ରୁ ଏକବର୍ଷ ପାଇଁ କିମ୍ବା ପରବର୍ତ୍ତୀ ଆଦେଶ ଯାଏ କାର୍ଯ୍ୟକାଳ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।