ରାଜସ୍ଥାନର ରୋମାଞ୍ଚକ ବିଜୟ । ୬ ରନରେ ଜିତିଲା ରାଜସ୍ଥାନ ରୟାଲ୍ସ । ଗୁଜୁରାଟର ଦ୍ବିତୀୟ ପରାଜୟ । ସାଇ ସୁଦର୍ଶନଙ୍କ ଲଢ଼ୁଆ ଅର୍ଦ୍ଧଶତକ ଏବଂ ରସିଦଙ୍କ କମାଲ ବ୍ୟାଟିଂ ପରେ ମଧ୍ୟ ପରାଜୟର ସ୍ବାଦ ଚାଖିଛି ଗୁଜୁରାଟ । ଅନ୍ତିମ ଓଭରରେ ନାଟକୀୟ ବିଜୟ ହାସଲ କରିଛି ରାଜସ୍ଥାନ । ୨୧୧ ରନର ଲକ୍ଷ୍ୟ ରହିଥିବାବେଳେ ଗୁଜୁରାଟ ୮ ଓ୍ବିକେଟରେ ୨୦୪ ରନ କରିବାରେ ସକ୍ଷମ ହୋଇଛି । ରାଜସ୍ଥାନ ପକ୍ଷରୁ ରବି ବିଷ୍ଣୋଇ ୪ ଓ୍ବିକେଟ ଅକ୍ତିଆର କରିଛନ୍ତି । ଦଳକୁ ବିଜୟ ବିଜୟ ଦେବାର ମୁଖ୍ୟ ହିରୋ ପାଲଟିଥିଲେ ।
ଗୁଜୁରାଟ ପକ୍ଷରୁ ସାଇ ସୁଦର୍ଶନ ୪୪ ବଲରୁ ୭୩ ରନର ପାଳି ଖେଳିଥିବାବେଳେ ରସିଦ ଖାନ ୧୬ ବଲରୁ ୨୪ ରନ କରିଥିଲେ । ଜସ ବଟଲର ୨୬, କୁସଗ୍ରା ୧୮ ରନର କରିଛନ୍ତି । ଶେଷ ସମୟରେ ରାବାଡା ୧୬ ବଲରୁ ୨୩ ରନ କରିଥିଲେ ସୁଦ୍ଧା ଦଳକୁ ବିଜୟୀ କରାଇପାରିନଥିଲେ । ସେପଟେ ରାଜସ୍ଥାନ ପକ୍ଷରୁ ବର୍ଗର, ତୁଷାର ଦେଶପାଣ୍ଡେ ଏବଂ ପରାଗ ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ।୬ ଓ୍ବିକେଟ୍ ବିନିମୟରେ ରାଜସ୍ଥାନ ସଂଗ୍ରହ ୨୧୦ ରନକରିଥିଲା। ରାଜସ୍ଥାନ ପକ୍ଷରୁ ଜୟସ୍ବାଲ ଏବଂ ଜୁରେଲ ଅର୍ଦ୍ଧଶତକୀୟ ପାଳିଖେଳିଥିଲେ । ଜୟସ୍ବାଲ ୩୬ ବଲରୁ ୫୫ ରନ୍ କରିଥିବାବେଳେ ଧ୍ରୁବ୍ ଜୁରେଲ ୪୨ ବଲରୁ ୭୫ ରନ କରିଛନ୍ତି । ସେପଟେ ଗୁଜୁରାଟ ପକ୍ଷରୁ ରାବାଡା ୨ ଓ୍ବିକେଟ୍ ନେବାରେ ସଫଳ ହୋଇଥିଲେ ।
ଦଳର ଦୁଇ ଯୁବ ଓପନର ଜୟସ୍ବାଲ ଏବଂ ସୂର୍ଯ୍ୟଂବଶୀ ଦମଦାର ପାଳି ଆରମ୍ଭ କରିଥିଲେ । ଏହି ଯୋଡ଼ି ୬ ଓଭରର ପାଓ୍ବାର ପ୍ଲେରେ ୬୯ ରନ୍ କରିଥିଲେ । ମାତ୍ର ପାଓ୍ବାର ପ୍ଲେ’ ପରେ ୧୮ ବଲରୁ ୩୧ ର୍ କରି ଆଉଟ୍ ହୋଇଥିଲେ ସୂର୍ଯ୍ୟବଂଶୀ । କିନ୍ତୁ ଆକ୍ରମଣାତ୍କ ଢ଼ଙ୍ଗରେ ବ୍ୟାଟିଂ ଜାରି ରଖିଥିଲେ ଜୟସ୍ବାଲ । ସେ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସଫଳ ହୋଇଛନ୍ତି । ଦଳର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଧିନାୟକ ପରାଗ ୮, ହେଟମାୟାର ୧୮ ରନ କରିବାରେ ସକ୍ଷମ ହୋଇଥିଲେ ।

