ସଂଚାର ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଓ ଚାନ୍ଦିପୋଷ ନିକଟରେ ପୋଲିସର ଏନକାଉଣ୍ଟର । ପୋଲିସର ଏନକାଉଣ୍ଟରରେ ୩ ଅଭିଯୁକ୍ତ ଆହତ ହୋଇଛନ୍ତି । ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୋମାନଙ୍କ ନିକଟରୁ ୩ଟି ବନ୍ଧୁକ, ଅଫୁଟା ଗୁଳି, ଦୁଇଟି ଵାଇକ, ଗୋଟିଏ ସ୍କର୍ପିଓ ଜବତ କରାଯାଇଛି ।କୋଇଡାରେ ଦୁଇଟି, ଵରସୁଆରେ ଗୋଟିଏ ଓ ବାଙ୍କୋରେ ଗୋଟିଏ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଡ଼କାୟତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଥିଲା । ଏହି ସମୟରେ ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା ।.

