ସଂଚାର ବ୍ୟୁରୋ: ରାଉରକେଲା ସହରରେ ପୁଣି ଲଜ୍ଜା। ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ। ରଘୁନାଥପାଲି ଥାନାରେ ମାମଲା ରୁଜୁ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସର ୪ ଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅତିରିକ୍ତ ଏସପି, ପୋଲିସ ଏସଡିପିଓଙ୍କ ନେତୃତ୍ବରେ ୪ ଟିମ ପକ୍ଷରୁ ଚଢାଉ ଜାରି ରହିଛି। ଗତ ୨୨ ତାରିଖ ରାତିରେ ଯୁଵତୀକୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା। ସାଇଣ୍ଟିଫିକ ଟିମ, ପୋଲିସ ସନ୍ଧାନୀ କୁକୁର ସହିତ ପୋଲିସ ତଦନ୍ତ କରୁଛି। ପୀଡିତା ନାବାଳିକାଙ୍କ ମେଡିକାଲ ଟେଷ୍ଟ କରାଯିବା ସହ ଵୟାନ ରେକର୍ଡ କରାଯାଇଛି। ନାବାଳିକାକୁ ଗଣଦୁଷ୍କର୍ମ ନେଇ ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଥିଲା। ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା କହିଛନ୍ତି, ରାଉରକେଲା ଡ଼ିଆଇଜି ବ୍ରିଜେଶ କୁମାର ରାୟ ।

