ଭାରତୀୟ କ୍ରିକେଟ ଫ୍ୟାନ୍ସ ପାଇଁ ଖୁସି ଖବର । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପୁଣି ଥରେ ବାପା ହୋଇଛନ୍ତି । ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ବର୍ଡ଼ର ଗାଭାସ୍କର ଟ୍ରଫି ପୂର୍ବରୁ ସେ ପୁଣି ଥରେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଖବର ମିଳିବା ପରେ ରୋହିତ ଏବଂ ରିତିକାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ୨୦୧୫ରେ ରୋହିତ-ଋତିକା ବିବାହ କରିଥିଲେ । ୨୦୧୮ରେ ତାଙ୍କ ଝିଅ ସମାୟରା ଜନ୍ମ ହୋଇଥିଲା ।
ଆସନ୍ତା ନଭେମ୍ବର ୨୨ରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏନେଇ ଦୁଇ ଦଳ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ପୂର୍ବରୁ ରୋହିତ ପତ୍ନୀଙ୍କ ପ୍ରସବ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମାଚରେ ଅନୁପସ୍ଥିତ ରହିବେ ବୋଲି ଚର୍ଚ୍ଚା ଚାଲିଥିଲା । ହେଲେ ବର୍ତ୍ତମାନ ରୋହିତ ଶର୍ମା ସମସ୍ତ ସିରିଜରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।