ସଂଚାର ବ୍ୟୁରୋ: ପକ୍କା ସଡ଼କ ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। କାଦୁଆ ରାସ୍ତାରେ ଧାନ ତଳି ଲଗାଇ ଅଭିନବ ପ୍ରତିବାଦ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଯଶିପୁର ସୁନାପୋଷି ଗାଁରୁ ଆସିଛି ଏଭଳି ଖବର ।୪୦ରୁ ଅଧିକ ପରିବାର ଏଠାରେ ବସବାସ କରନ୍ତି।ସ୍ୱାଧୀନତାକୁ ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ ଗାଁରେ ବିକାଶର ଚିହ୍ନ ଦେଖିବାକୁ ମିଳିନାହିଁ। ଗାଁକୁ ପକ୍କା ସଡକ ଯୋଜନାରେ ସାମିଲ କରାଯାଇ ରାସ୍ତା ଟିଏ ହୋଈ ପାରିଲାନି। ଯାହା ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନାହିଁ ବୋଲି କୌଣସି ଯୋଜନା ପହଞ୍ଚି ପାରୁଛି ନା ପ୍ରଶାସନିକ ଅଧିକାରୀ ପହଞ୍ଚି ପାରୁଛନ୍ତି। ସୁନାପୋସି ଗାଁରୁ କୁଦସାହିକୁ ତିନି କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି। କି ଯିବାକୁ ପଡେ, ଅସରାଏ ବର୍ଷାରେ ମାଟି ରାସ୍ତା ପୁରା ବେହାଲ ହୋଇଥିବାରୁ ସେଠାକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ,ତେଣୁ ଦୀର୍ଘ ଦୁଇ କିମି ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ନିକଟକୁ ରୋଗୀକୁ ଅଣାଯାଇଛି । ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ ଫଳ ଶୂନ,ତେଣୁ ଲୋକେ ଆଜି ରାସ୍ତାରେ ଧାନ ତୋଳି ଲଗାଇ ଅଭିନବ ପ୍ରତିବାଦ କରିଛନ୍ତି ।