ସଂଚାର ବ୍ୟୁରୋ: ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା । ୨୦୨୩ରେ ସଡ଼କ ଦୁର୍ଘଟଣା ନେଇଛି ୫ ହଜାର ୬୯୬ଟି ମୁଣ୍ଡ । ଆହତ ହୋଇଛନ୍ତି ୧୦ ହଜାର ୪୧୯ ଜଣ । ମୋଟ ୧୨ ହଜାର ୫୨ଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କର ମୃତ୍ଯୁ ହୋଇଛି । ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ମୋଟ ୫୫ ହଜାର ୫୮୦ଟି ଦୁର୍ଘଟଣା ହୋଇଥିବାବେଳେ ୨୬ ହଜାର ୩୧୫ ଜଣଙ୍କର ଜୀବନ ଯାଇଛି । ଗୃହରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

