IPL ୨୦୨୫ ଆରମ୍ଭ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଝଟ୍କା । ମ୍ୟାଚ୍ ପୂର୍ବରୁ ଦଳ ନେଇଛି ବଡ଼ ନିଷ୍ପତ୍ତି । ସାମସନଙ୍କ ସ୍ଥାନରେ ରିୟାନ ପରାଗ ସମ୍ଭାଳିବେ ଟିମର ଦାୟିତ୍ୱ । ସଞ୍ଜୁ ସାମସନ ଆହତ ଜନିତ କାରଣରୁ ବାଦ୍ ପଡିଛନ୍ତି । ସଞ୍ଜୁ ଏଯାଏଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ଏହି କାରଣରୁ ରାଜସ୍ଥାନ ରୟାଲ୍ସ ରିୟାନ ପରାଗଙ୍କୁ ଦାୟିତ୍ବ ଦେଇଛି ।
ଆଇପିଏଲରେ ସାମସନଙ୍କୁ ରିୟାନ ପରାଗଙ୍କ ଅଧିନାୟକତ୍ୱରେ ଖେଳିବାର ଦେଖାଯିବ । ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ୍ ୨୩ ମାର୍ଚ୍ଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହେବ । ପ୍ରଥମ ଥର ପାଇଁ ରିୟାନ ପରାଗ ଅଧିନାୟକତ୍ୱ ଦାୟିତ୍ୱ ନେବେ ।
ଗତ କିଛି ସପ୍ତାହ ଧରି ଆଙ୍ଗୁଠି ଆଘାତ ଲାଗିବା ଯୋଗୁଁ ପୀଡିତ ସଞ୍ଜୁ ସାମସନ ଏପର୍ଯ୍ୟନ୍ତ ଏଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି।
ସାମସନଙ୍କୁ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରୁ ବ୍ୟାଟିଂ ପାଇଁ ଅନୁମତି ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ୱିକେଟ କିପିଂ ପାଇଁ ସବୁଜ ସଙ୍କେତ ମିଳିନାହିଁ । ତେଣୁ ରାଜସ୍ଥାନ ରୟାଲ୍ସ ଅଧିନାୟକତ୍ୱ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ରିୟାନ ପରାଗ ପ୍ରଥମ ୩ଟି ମ୍ୟାଚ୍ ପାଇଁ ଦଳର ନେତୃତ୍ୱ ନେବେ । ଏହି ସମୟ ମଧ୍ୟରେ ସଞ୍ଜୁ ସାମସନ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବା ଜାରି ରଖିବେ । ସଞ୍ଜୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଅଧିନାୟକ ଭାବରେ ଫେରିବେ ।
ସୂଚନାଯୋଗ୍ୟ, ଗତ ମାସରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚ୍ ସମୟରେ ସଞ୍ଜୁ ସାମସନଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହା ପରେ ସେ ପଡ଼ିଆ ବାହାରକୁ ଚାଲିଯାଇଥିଲେ । ବିସିସିଆଇ ଡାକ୍ତରୀ ଦଳ ଦ୍ୱାରା ବ୍ୟାଟିଂ ପାଇଁ ଫିଟ୍ ଘୋଷିତ ହେବା ପରେ ସେ ସମ୍ପ୍ରତି ରାଜସ୍ଥାନ ରୟାଲ୍ସର ପ୍ରଶିକ୍ଷଣକୁ ଫେରିଛନ୍ତି । ରିୟାନ ପରାଗ ରାଜସ୍ଥାନ ରୟାଲ୍ସର ସବୁଠାରୁ କମ୍ ବୟସ୍କ ଅଧିନାୟକ ହୋଇଛନ୍ତି ।
ତେବେ ୨୦୧୧ରେ ଆରସିବିର ଅଧିନାୟକ ହୋଇଥିଲେ ବିରାଟ କୋହଲି । ମାତ୍ର ୨୨ ବର୍ଷ ୧୮୭ ଦିନରେ ବିରାଟ କୋହଲି ଅଧିନାୟକ ହୋଇଥିଲେ ।