ସଂଚାର ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ ଟିମର ଯୁବ ଷ୍ଟାର୍ କ୍ରିକେଟର ରିଙ୍କୁ ସିଂ ଓ ସାଂସଦ ପ୍ରିୟା ସରୋଜ। ପ୍ରିୟା ସମାଜବାଦୀ ପାର୍ଟିର ସାଂସଦ ଅଛନ୍ତି । ଆଜି ଉଭୟଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିବା ବିଭିନ୍ନ ଗଣ ମାଧ୍ୟମରେ ଚର୍ଚ୍ଚା ହେଉଥିଲା। ପ୍ରିୟା ସରୋଜ ବି ଜଣେ ଆଇନଜ୍ଞ। ଉତ୍ତର ପ୍ରଦେେଶର ଫଲକମ ହଲରେ ଦୁହିଁଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଏହି ଉତ୍ସବରେ ଏସପି ନେତା ଅଖିଳେଶ ଯାଦବ, ଡିମ୍ପଲ ଯାଦବ, ଜୟା ବଚ୍ଚନ, ଶିବପାଲ ଯାଦବ, ପ୍ରବୀଣ କୁମାର ପ୍ରମୁଖ ସାମିଲ ହୋଇଥିଲେ। ଏହା ସହ ୩୦୦ରୁ ଅଧିକ ନେତା, କ୍ରିକେଟର ବି ଏହି ଉତ୍ସବରେ ଯୋଗ ଦେଇଥିଲେ।