ଭାରତର ପ୍ରତ୍ୟେକ ଘରେ ଭାତ ଖିଆଯାଏ । ଭାତ ହେଉଛି ଆମ ଓଡିଆ ଲୋକଙ୍କର ପ୍ରମୁଖ୍ୟ ଖାଦ୍ୟ । ଅନେକ ଲୋକମାନେ ଦିନ ସହ ରାତିରେ ମଧ୍ୟ ଭାତ ଖାଆନ୍ତି । ଭାତ ନିତିଦିନିଆ ଖାଦ୍ୟ ହୋଇଥିବା ବେଳେ, ଲୋକମାନେ ପ୍ରାୟତଃ ଗୋଟିଏ ମାସ କିମ୍ବା ଗୋଟିଏ ବର୍ଷ ପାଇଁ ଚାଉଳ କିଣି ରଖିଦିଅନ୍ତି । ଯଦି ଚାଉଳକୁ ଅଧିକ ଦିନ ପର୍ଯ୍ୟନ୍ତ ଠିକ୍ ଭାବରେ ସଂରକ୍ଷଣ କରାଯାଏ ନାହିଁ, ତେବେ ଏଥିରେ ପୋକ ଲାଗିବା ଆରମ୍ଭ ହୋଇଥାଏ ।
ବର୍ଷାଋତୁ ଆରମ୍ଭ ହେଉ ହେଉ ଚାଉଳରେ ପୋକକୁ ନେଇ ଗୃହିଣୀମାନଙ୍କ ଚିନ୍ତା ବଢ଼ିଯାଏ । ପ୍ରତ୍ୟେକ ଘରେ ଚାଉଳରେ ପୋକ ଲାଗିବା ଏକ ସାଧାରଣ ସମସ୍ୟା । ଏଭଳି ସ୍ଥିତରେ କିଛି ଘରୋଇ ଜିନିଷ ସାହାଯ୍ୟରେ ସହଜରେ ଚାଉଳରେ ପୋକ ଲାଗିବାରୁ ରକ୍ଷା କରିପାରିବା । ତେବେ ଆସନ୍ତୁ ଜାଣିବା କିଛି ଘୋରୋଇ ଟିପ୍ସ ।
ଚାଉଳରୁ ପୋକ ନଲାଗିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ
ଚାଉଳରେ ପୋକ ଲାଗିବାର ସବୁଠାରୁ ବଡ଼ କାରଣ ହେଉଛି ଓଦାଳିଆ ଅଂଶ। ଯେତେବେଳେ ଚାଉଳକୁ ଓଦା ସ୍ଥାନରେ କିମ୍ବା ସୂର୍ଯ୍ୟକିରଣରୁ ଦୂରରେ ରଖାଯାଏ, ସେତେବେଳେ ଏଥିରେ ପୋକ ଶୀଘ୍ର ଲାଗିଯାଆନ୍ତି । ନୂଆ ଚାଉଳରେ ଅଧିକ ଓଦାଳିଆ ଅଂଶ ଥାଏ । ଏପରି ପରିସ୍ଥିତିରେ, ଏଥିରେ ପୋକ ଲାଗିବା ଆଶଙ୍କା ଅଧିକ ଥାଏ । ଏହି କାରଣରୁ, ଲୋକମାନେ ପୁରୁଣା ଚାଉଳ କିଣି ଅନେକ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରିବାକୁ ପଛାଇଥାନ୍ତି ।
ନିମ୍ବ ଏବଂ ଲବଙ୍ଗ
ଚାଉଳକୁ ପୋକ ଦାଉରୁ ରକ୍ଷା କରିବା ପାଇଁ, ଚାଉଳ ରଖୁଥିବା ପାତ୍ରରେ କିଛି ଶୁଖିଲା ନିମ୍ବ ପତ୍ର ରଖନ୍ତୁ । ନିମ୍ବରେ କୀଟନାଶକ ଗୁଣ ଅଛି, ଯାହା ପୋକ ବଢ଼ିବାକୁ ଦିଏ ନାହିଁ । ଏହା ବ୍ୟତୀତ, ଚାଉଳ ପାତ୍ରରେ କିଛି ଲବଙ୍ଗ କିମ୍ବା ଶୁଖିଲା ଲଙ୍କା ରଖିବା ଦ୍ୱାରା ମଧ୍ୟ ପୋକ ଦୂରେଇ ରୁହନ୍ତି, କାରଣ ପୋକ ଏହାର କଡ୍ଡା ଗନ୍ଧରେ ରୁହନ୍ତି ନାହିଁ ।
ଖରାରେ ଶୁଖାଇବା
ଚାଉଳକୁ ଖରାରେ ଶୁଖାଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ପ୍ରତି ଗୋଟିଏ କିମ୍ବା ଦୁଇ ସପ୍ତାହରେ ଚାଉଳକୁ ସୂର୍ଯ୍ୟକିରଣରେ ବିଛାଇ ଶୁଖାଇବା ବହୁତ ଗୁରୁତ୍ୱପୂର୍ଣ୍ଣ । ଫଳରେ ଏଥିରୁ ଓଦା ଅଂଶ ଦୂର ହୋଇଯାଏ ଏବଂ ପୋକ ବୃଦ୍ଧିର ଆଶଙ୍କା ହ୍ରାସ ପାଇଥାଏ । ମନେରଖନ୍ତୁ ଯେ, ଚାଉଳ ଶୁଖିବା ପରେ, ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଶିଘ୍ର ଏହାକୁ ଏକ ପାତ୍ରରେ ରଖନ୍ତୁ ।
ରସୁଣ ଏବଂ ହେଙ୍ଗୁ ବ୍ୟବହାର କରନ୍ତୁ
ଯଦି ଚାଉଳ ପାତ୍ରରେ କିଛି ପାଖୁଡା ରସୁଣ କିମ୍ବା ଟିକେ ହେଙ୍ଗୁ ରଖିବେ, ତେବେ ଏହାର ବାସ୍ନା ମଧ୍ୟ ପୋକଙ୍କୁ ଦୂରେଇ ରଖିବ । ହେଙ୍ଗୁର ବାସ୍ନା ଚାଉଳକୁ ପୋକଠାରୁ ବହୁତ ଦିନ ପର୍ଯ୍ୟନ୍ତ ଦୂରେଇ ରଖେ । ରସୁଣରେ ପ୍ରାକୃତିକ କୀଟନାଶକ ଗୁଣ ଅଛି, ଯାହା ପୋକ ଠାରୁ ସୁରକ୍ଷା ଦେବାରେ ସାହାର୍ଯ୍ୟ କରିଥାଏ ।
ଚାଉଳ କେବେ ସଂରକ୍ଷଣ କରିବେ
ଚାଉଳକୁ ସଠିକ୍ ସ୍ଥାନରେ ଏବଂ ସଠିକ୍ ପାତ୍ରରେ ରଖନ୍ତୁ । ଅର୍ଥାତ୍, ଚାଉଳ ରଖିବା ପାଇଁ ସର୍ବଦା ସଫା ଏବଂ ଶୁଖିଲା ପାତ୍ର ବ୍ୟବହାର କରନ୍ତୁ । ପ୍ଲାଷ୍ଟିକ୍ ପାତ୍ର ଅପେକ୍ଷା ଷ୍ଟିଲ୍ କିମ୍ବା ଧାତୁ ପାତ୍ର ଭଲ । ଚାଉଳକୁ ଏକ ଶୁଖିଲା ସ୍ଥାନରେ ରଖନ୍ତୁ । ଚାଉଳ ପାତ୍ରକୁ ସୂର୍ଯ୍ୟକିରଣ କିମ୍ବା ଓଦାରୁ ଦୂରରେ ରଖନ୍ତୁ । ଚାଉଳ ପାଖରେ ଅନ୍ୟ କୌଣସି ଓଦା ଜିନିଷ ରଖନ୍ତୁ ନାହିଁ ।
ଏହି ସତର୍କତା ଅବଲମ୍ବନ କଲେ ଚାଉଳ ସୁରକ୍ଷିତ ରହିବ
ଯଦି ଆପଣ ନିମ୍ବ, ଲବଙ୍ଗ, ହେଙ୍ଗୁ ଇତ୍ୟାଦି ଜିନିଷ ବ୍ୟବହାର କରି ଚାଉଳ ସଂରକ୍ଷଣ କରନ୍ତି, ତେବେ ଚାଉଳ ମାସ ମାସ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ଏବଂ ପୋକ ଲାଗିବ ନାହିଁ । ଏହାସହ ଏହା ପ୍ରାକୃତିକ ଉପାୟ ହୋଇଥିବାରୁ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇବ ନାହିଁ ।