Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ଆଦିବାସୀ ଯୁବତୀଙ୍କ କରୁଣ କାହାଣୀ, ଉଦ୍ଧାର କରିବାକୁ ନିବେଦନ

Sanchar Live by Sanchar Live
April 24, 2026
in ଓଡିଶା
0
0
SHARES
31
VIEWS
Facebook
Twitter

ଚାକିରି ଲୋଭ ଦେଖାଇ ଜଣେ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀ‌‌ରେ ବିକିଦେବା ଓ ୫ ବର୍ଷ ଧରି ଦଲାଲ କବ୍‌ଜାରେ ରହିବା ପରେ ଉଦ୍ଧାର ପାଇଁ ଯୁବତୀଜଣଙ୍କ ଫୋନ୍‌ ଯୋଗେ ପରିବାରଲୋକଙ୍କୁ ଯୋଗାଯୋଗ କରିବା ଭଳି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଯୁବତୀଜଣଙ୍କ ବାମନଘାଟି ଉପଖଣ୍ଡର ଗୋରୁମହିଷାଣି ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ତାଙ୍କ ଅନ୍ୟ ଦୁଇ ଭଉଣୀଙ୍କ ମଧ୍ୟ ଖୋଜଖବର ନାହିଁ। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଭଞ୍ଜସେନା ଦାବି କରିଛି।

କୁକୁଡ଼ିମୁଣ୍ଡି ଗ୍ରାମର ଜେସାଇ ହାଁସଦାଙ୍କ ଝିଅ ସିନଗୋ ହାଁସଦାଙ୍କ ନାବାଳିକା ଅବସ୍ଥାରେ ବିବାହ ହୋଇଥିଲା। ଶଶୂରଘର ଲୋକ ନିର୍ଯାତନା ଦେବାରୁ ସେ ବାପଘରେ ରହୁଥିଲେ। ଚାକିରି ଅନ୍ୱେଷଣ କରୁଥିବା ବେଳେ ସେ ଏକ ଦଲାଲ ହାବୁଡ଼ରେ ପଡ଼ିଥିଲେ। ଦଲାଲଜଣଙ୍କ ଭଲ ଚାକିରି ପ୍ରଲୋଭନ ଦେଖାଇ ସିନଗୋ ସମେତ ତାଙ୍କ ଦୁଇ ଭଉଣୀଙ୍କୁ ଦିଲ୍ଲୀର ଏକ ଧନୀ ପରିବାରକୁ ବିକ୍ରି କରିଦେଇଥିଲା। ସେଠାରେ ସେମାନଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନିଆଯିବା ସହ ସେମାନଙ୍କୁ ନଜରବନ୍ଦୀରେ ରଖାଯାଇଥିଲା। ଫଳରେ ସେମାନେ ପରିବାର ସହ ଯୋଗାଯୋଗ କରିପାରିନଥିଲେ। ତେବେ ଘରଲୋକଙ୍କ ମୋବାଇଲ ନମ୍ୱର ମନେଥିବାରୁ ୫ ବର୍ଷ ପରେ ସୁଯୋଗ ପାଇ ପରିବାରଲୋକଙ୍କୁ ଫୋନ କରିଥିଲେ ସିନଗୋ। ତାଙ୍କ ସହ ଘଟିଥିବା ଅଘଟଣ ଏବଂ ଅନ୍ୟ ଦୁଇ ଭଉଣୀଙ୍କ କୌଣସି ଖୋଜଖବର ନାହିଁ ବୋଲି ଜଣାଇଥିଲେ। ଏ ସଂପର୍କରେ ପରିବାରଲୋକେ ଗୋରୁମହିଷାଣି ଥାନାରେ ଜଣାଇଥିଲେ। କିନ୍ତୁ, ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରୁ ଉଦ୍ଧାର କରି ଆଣିବାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେବେ ଯୁବତୀଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଭଞ୍ଜସେନା ପକ୍ଷରୁ ଦାବି କରାଯାଇଛି।

Related posts

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

November 7, 2026
ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

November 7, 2026

 

ଗଣମାଧ୍ୟମ ଜରିଆରେ ଘଟଣା ସମ୍ପର୍କରେ ଜାଣିବା ପରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜାଣିବା ପରେ ସହାୟତା ହାତ ବଢ଼ାଇଛନ୍ତି। ଭଞ୍ଜସେନାର ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ ଗୋରୁମହିଷାଣିରେ ଯୁବତୀଙ୍କ ପରିବାରବର୍ଗଙ୍କୁ ଭେଟି ସବିଶେଷ ଆଲୋଚନା କରିଛନ୍ତି। ଯୁବତୀଙ୍କ ପରିବାର ଝିଅକୁ ଆଣିବାକୁ ଦିଲ୍ଲୀ ଯିବା ସକାଶେ ଭଞ୍ଜସେନା ଆର୍ଥିକ ସହାୟତା ପ୍ରଦାନ କରିଛି। ଦିଲ୍ଲୀ ଯିବା ଆସିବା ପାଇଁ ଟ୍ରେନ୍‌ ଟିକଟ ବ୍ୟବସ୍ଥା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାକୁ ଫେରାଇ ଆଣିବା ନେଇ ସମସ୍ତ ଖର୍ଚ୍ଚ ସଂଗଠନ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଆଦିବାସୀ ଝିଅଙ୍କୁ ଦଲାଲ କବଳରୁ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସ ଯୋଗେ ପ୍ରତିଷ୍ଠାତା ଶ୍ରୀ ଜେନା ନିବେଦନ କରିଛନ୍ତି। ରାଜ୍ୟ ସରକାର ଏଭଳି ଏକ ସମ୍ୱେଦନଶୀଳ ଘଟଣା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଯୁବତୀଙ୍କୁ ଉଦ୍ଧାର ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

Tags: delhiMayurbhanjaodisha

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.