ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । RBIର ମନିଟାରୀ ପଲିସି କମିଟି ବୈଠକରେ ରେପୋ ରେଟ୍ କୁ ୫.୨୫% ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି RBI ଗଭର୍ଣ୍ଣର ସଂଜୟ ମାଲହୋତ୍ରା ।
ସେହିପରି STF ବା ଷ୍ଟାଣ୍ଡିଂ ଡିପୋଜିଟ୍ ଫାସିଲିଟି ୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା । MSF ବା ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ହାର ଏବଂ ବ୍ୟାଙ୍କ ହାର ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା । ଏହା ସହିତ ଆରବିଆଇ ନିଜର ଆଭିମୁଖ୍ୟକୁ ନିଉଟ୍ରାଲ ରଖିଛି । ରେପୋ ରେଟ୍ ଅପରିବର୍ତ୍ତିତ ରହିବା ଫଳରେ ଇଏମଆଇରେ କୌଣସି ପରିବର୍ତ୍ତନ ହେବ ନାହିଁ । ଘର, ଗାଡ଼ି କିମ୍ବା ବ୍ୟକ୍ତିଗତ ଲୋନ ନେଇଥିଲେ EMI ବଢ଼ିବ ନାହିଁ । ପୂର୍ବରୁ ହୋଇଥିବା ସୁଧ ହାର କାଟ୍ ଯୋଗୁଁ ଏହା ସ୍ଥିର ରହିବ ।
ବ୍ୟାଙ୍କରେ ଜମା ଉପରେ ମିଳୁଥିବା ସୁଧ ହାରରେ ବଡ଼ ପରିବର୍ତ୍ତନ ହେବନି । ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥନୀତି ହୋଇ ରହିଛି । ଏହା ସହ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଜିଡିପି ଅଭିବୃଦ୍ଧି ହାର ୭.୪% ରହିବ ବୋଲି ଆକଳନ ।

