ସଂଚାର ବ୍ୟୁରୋ : ବଚ୍ଚନ ଦମ୍ପତିଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା । କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି, ଅଭିଶେକ ବଚ୍ଚନ ଏବଂ ଐଶର୍ଯ୍ୟା ଛାଡ଼ପତ୍ର ଦେବେ । ତେବେ ଏହାକୁ ନେଇ ଅଭିଶେକଙ୍କ ଭଉଣୀ ଏକ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ କରଣ ଜୋହର ଅଭିଷେକଙ୍କୁ ଏକ ପ୍ରଶ୍ନ ପଚାରିଥିଲେ, କିନ୍ତୁ ସେଠାରେ ଉପସ୍ଥିତ ଥିବା ଶ୍ୱେତା ବଚ୍ଚନ ନିଜ ଭାଇଙ୍କୁ ରୋକି ଏପରି କିଛି କହିଥିଲେ ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
କରଣ ଅଭିଷେକଙ୍କୁ ପଚାରିଛନ୍ତି, ସେ ଘରେ କାହାକୁ ଅଧିକ ଭୟ କରନ୍ତି । ତେବେ ଏହାର ଉତ୍ତର ରଖି ଅଭି କହୁଛନ୍ତି, ମାଆ ଜୟା ବଚ୍ଚନଙ୍କୁ। କିନ୍ତୁ ଏହି ସମୟରେ ଶ୍ୱେତା ଏଥିରେ ହସ୍ତକ୍ଷେପ କରି କହୁଛନ୍ତି, ନା ନା ସେ ଐଶ୍ୱର୍ଯ୍ୟାଙ୍କୁ ଅଧିକ ଭୟ କରନ୍ତି। ଏହାପର ଅଭିଷେକ ଶ୍ୱେତାଙ୍କ ଆଡକୁ ଚାହିଁ କହୁଛନ୍ତି, ମୋତେ ପ୍ରଶ୍ନ ପଚରା ଯାଇଛି , ତୁମେ ଚୁପ ରୁହ।
ଏଥିସହ ଏହି ବାର୍ତ୍ତାଳାପରେ କରଣ ଜୋହର ଶ୍ୱେତା ବଚ୍ଚନଙ୍କୁ ପଚାରିଥିଲେ, ଭାଇ ଓ ଭାଉଜ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଅଭିନେତା? ତେବେ ଶ୍ୱେତା ଐଶ୍ୱର୍ଯ୍ୟାଙ୍କୁ ଅଣଦେଖା କରି କହିଛନ୍ତି, ଅଭିଷେକ ବଚ୍ଚନ ହେଉଛନ୍ତି ଶ୍ରେଷ୍ଠ ଅଭିନେତା।