ସଂଚାର ବ୍ୟୁରୋ: ଆଇନମନ୍ତ୍ରୀଙ୍କ ଆକ୍ସନ ମୁଡ୍ । କହିଲେ ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏହାସହ ଦୁର୍ନୀତିଖୋର ଅଧିକାରୀଙ୍କ ପ୍ରତି କୌଣସି ମାୟା କି ମମତା ନାହିଁ । ଆଗକୁ ବି ଦୁର୍ନୀତି ପ୍ରତି ଆହୁରି କଠୋର ହେବେ ରାଜ୍ୟ ସରକାର । କାହାରିକୁ ବି ଛଡ଼ାଯିବ ନାହିଁ। ଭିଜିଲାନ୍ସ ଚଢ଼ାଉରେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କର ଅଚଳାଚଳ ଆୟ ବହିର୍ଭୁତ ସମ୍ପତ୍ତି ଧରାପଡ଼ିବା ପରେ ଆଇନ ମନ୍ତ୍ରୀ କହିଛନ୍ତି ଦୁର୍ନୀତିଖୋର ଅଫିସରଙ୍କ ଉପରେ ରାଜ୍ୟ ସରକାର କୌଣସି ମାୟା ମମତା ଦେଖାଇବେ ନାହିଁ ବୋଲି କହିଛନ୍ତି ।
ଦୁର୍ନୀତି ବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ହାତରେ ଧରା ପଡ଼ୁଥିବା ସରକାରୀ ଅଧିକାରୀଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟନୁଷ୍ଠାନ। ଗତ ସରକାର ଭଳି ଏ କ୍ଷେତ୍ରରେ କିଛି ଟାଳଟୁଳ ନୀତି ଅବଲମ୍ବନ କରାଯିବ ନାହିଁ । ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବେ ।