ସଂଚାର ବ୍ୟୁରୋ: ଦିଲ୍ଲୀ ଏମ୍ସରେ ଚାଲିଛି ବଳଙ୍ଗା ପୀଡ଼ିତାଙ୍କର ବ୍ୟବଚ୍ଛେଦ। ଶବ ବ୍ୟବଚ୍ଛେଦ ପରେ ଅପରାହ୍ନରେ ମର ଶରୀରକୁ ଓଡି଼ିଶା ଅଣାଯିବ। ଝିଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ବାପା ଓ ପରିବାର ଲୋକେ। ତାଙ୍କ ବାପା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଝିଅ ତ ଏବେ ତାଙ୍କ ପାଖରେ ନାହିଁ। ମାନସିକ ଦୁଃଶ୍ଚିନ୍ତାରୁ ସେ ନିଜର ଜୀବନ ନେଇଛି। ରାଜନୀତି ନ କରିବାକୁ ଅନୁରୋଧ କରିବା ସହ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ତେବେ କଣ ପାଇଁ ମାନସିକ ଦୁଃଶ୍ଚିନ୍ତା ଥିଲା, କାହିଁକି ସେ ଦୁଃଶ୍ଚିନ୍ତା ଥିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରିନି। ବାପା ବି ସେହି କଥା ଏଯାଏ କହି ନାହାନ୍ତି। ରହସ୍ୟ ଭିତରେ ରହିଯାଇଛି ପୂରା ଘଟଣା । ଅନ୍ରପଟେ ଗାଁରେ କବର ଖୋଳା ଚାଲିଥିବା ବେଳେ, ଆଇନ ଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ପୀଡ଼ିତାଙ୍କ ଘର ଆଗରେ ସୁରକ୍ଷାକୁ କଡାକଡି କରାଯାଇଛି। ବଳଙ୍ଗା ଥାନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଥାନା ନିକଟରେ ପହଞ୍ଚିଲେ ଆହୁରି ୨ ପ୍ଲାଟୁନ ଫୋର୍ସ।