ସଂଚାର ବ୍ୟୁରୋ: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ସାନ କୁଜୈନ୍ଦ୍ରି ନିକଟ ମୁଖ୍ୟ ରାସ୍ତାରେ ଦୁର୍ଘଟଣା । କାର୍ ଓ ବୁଲେଟ୍ ବାଇକ୍ ମଧ୍ୟରେ ଧକ୍କା । ଦୁର୍ଘଟଣାରେ ଜଣେ ନାବାଳକ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁଇଜଣକୁ ଉଦ୍ଧାର କରି ୧୦୮ ଗାଡି ଯୋଗେ ଗୁଣୁପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କୁ ନେବା ସମୟରେ ଜଣେ ନାବାଳକ ସିଧୁ ପାତିକାଙ୍କ ମୃତ୍ୟୁ ଘଟିଛି । କାରଟି ଜେକେପୁର ଅଞ୍ଚଳରୁ ଗୁଣୁପୁର ଅଭିମୁଖେ ଆସୁଥିଲା । ଘଟଣାସ୍ଥଳରେ ଗୁଣୁପୁର ପୋଲିସ୍ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

