ପୁରୀ : ରତ୍ନଭଣ୍ଡାର ମରାମତିକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ । ପୂର୍ବାହ୍ନ ୧୧ ଟା ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ବୈଠକ । ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ହେଉଛି ବୈଠକ । ବୈଠକରେ ନିଷ୍ପତ୍ତି ହୋଇଛି ଯେ ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି । ଆସନ୍ତା ୨୯ରୁ ୨୭ ଜୁନ ଯାଏ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ । ମହାପ୍ରଭୁଙ୍କ ନୀତିକାନ୍ତି ଯୋଗୁ ବନ୍ଦ ରହିବ ମରାମତି କାର୍ଯ୍ୟ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଏସଆଇର ଅଧିକାରୀ, ତଢ଼ାଉ କରଣ,ଦେଉଳ କରଣ,ଭଣ୍ଡାର ମେକାପ ବୈଠକରେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି । ଗ୍ରାନାଇଟ ଫ୍ଲୋରିଂ କାମ ବାକି ଅଛି । ୨୭୭ ପଥର ଲାଗିଛ । ଭିତର ରତ୍ନଭଣ୍ଡାରରେ ୧୪୮ ଓ ବାହାର ରତ୍ନଭଣ୍ଡାରରେ ୧୧୫ ପଥର ଲାଗିଛି ।