ସଂଚାର ବ୍ୟୁରୋ: ଆଜିଠୁ ପୁଣିଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ପୁଷ୍ୟାଭିଷେକ ନୀତି, ମକର ସଂକ୍ରାନ୍ତି, ସୁନାବେଶ, ନବାଙ୍କ ବେଶ ଭଳି ବିଭିନ୍ନ ନୀତି ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜାନୁଆରୀ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ମରାମତି କାମ ବନ୍ଦ ରହିଥିଲା । ଆଜିଠୁ ପୁଣିଥରେ ମରାମତି କରାଯିବ। ଆଜି ପଥର ରିପ୍ଲେସମେଣ୍ଟ କାର୍ଯ୍ୟ ଜାରି ରହିବ। ପ୍ରଥମେ ଭର୍ଟିକାଲ୍ କ୍ରାକ୍ସ ଓ ପରେ ଚଟାଣରେ ଥିବା ମୂଷା ଗାତ ମରାମତି କାର୍ଯ୍ୟ କରାଯିବ ।