ସଂଚାର ବ୍ୟୁରୋ: ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ। ରଥ ନିର୍ମାଣ ପାଇଁ ଆଜି ରଥକାଠ ଚିରଟ ଅନୁକୂଳ ହୋଇଛି । କଟକ ଖପୁରିଆସ୍ଥିତ ବନ ବିଭାଗ କରତ କଳରେ ରଥକାଠ ଚିରଟ କାମର ଅନୁକୂଳ ହୋଇଛି। ଏଥି ପାଇଁ ପୁରୀ ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିଛି। ଆଜ୍ଞାମାଳ ଧରି ଛଅ ଜଣିଆ ପ୍ରତିନିଧି ଦଳ କଟକରେ ପହଞ୍ଚି ରଥ ପାଇଁ ଥିବା କାଠର ପୂଜାର୍ଚ୍ଚନା କରିଛନ୍ତି। ପବିତ୍ର ରାମନବମୀରେ ରଥକାଠ ଚିରଟ ଅନୁକୂଳ ହୋଇଥାଏ।