ସଂଚାର ବ୍ୟୁରୋ: ଖୋଲୁଛି ରସିକିଆ ସତ୍ୟର ଗୁମର । ଗୋଟିଏ ପରେ ଗୋଟିଏ ସତ ପାଦରେ ପଡିବାରେ ଲାଗିଛି । ରଙ୍ଗିଲା ସତ୍ୟଜିତ୍ ସାମଲ ଓରଫ୍ ସତ୍ୟର ମିଛ ପ୍ରେମ କାହାଣୀର ଆଉ ଏକ ଫର୍ଦ୍ଦ ଲେଉଟାଇଛି କମିଶନରେଟ୍ ପୁଲିସ । ଏଥିରେ ପୁଲିସ ତା’ର ସାମାଜିକ ଗଣମାଧ୍ୟମ ଓ ବିବାହ ସୂତ୍ର ଆକାଉଣ୍ଟଗୁଡିକୁ ଗୁରୁତ୍ୱ ଦେଇଛି । ତା’ର ଫୋନ୍କୁ ଯାଞ୍ଚ କରିବା ବେଳେ ସେଥିରୁ ପୁଳା ପୁଳା ଅଶ୍ଲୀଳ ଫଟୋଚିତ୍ର ଓ ଭିଡିଓ ମିଳିଛି ।
ଏସବୁକୁ ତାଲିକାଭୁକ୍ତ କରି ୧୧ଜଣ ମହିଳାଙ୍କ ସହ ପୁଲିସ ଯୋଗାଯୋଗ କରିଛି । ସେମାନଙ୍କଠାରୁ ସତ୍ୟଜିତ୍ର ମିଛ ପ୍ରେମ କାହାଣୀ ଶୁଣି ପୁଲିସ କାନ ତାବ୍ଦା ହୋଇଯାଇଛି ।
ସତ୍ୟଜିତ୍ ଧରୁଥିବା ୨ଟି ମୋବାଇଲ୍ ଫୋନ୍ରୁ ପ୍ରାୟ ୪୩ଟି ନକଲି ସାମାଜିକ ଗଣମାଧ୍ୟମ ଓ ବିବାହ ସୂତ୍ର ଆକାଉଣ୍ଟର ସୁରାକ୍ ମିଳିଛି । ସେଥିରୁ ଫେସ୍ବୁକ୍ରେ ୧୮ଟି ଆକାଉଣ୍ଟ ଖୋଲିଥିବା ବେଳେ ଇନ୍ଷ୍ଟାଗ୍ରାମ୍ରେ ୮ଟି ଆକାଉଣ୍ଟ ଖୋଲଥିଲା । ଡିଭୋର୍ସ ମାଟ୍ରିମୋନିରେ ୩ଟି ଓ ମାଟ୍ରିମୋନିରେ ୧୦ଟି ଜୀବନସାଥୀ. କମ୍ରେ ୪ଟି ଆକାଉଣ୍ଟ ଖୋଲିଥିଲା ।
ସବୁଥିରେ ସତ୍ୟଜିତ୍ ନିଜର ଭିନ୍ନ ଭିନ୍ନ ପରିଚୟ ଦେଇଥିଲା । କେଉଁଥିରେ ନିଜକୁ ସାଉଦି ଆରବର ରାଜଧାନୀ ରିୟାଦର ବିମାନ ପାଇଲଟ୍ ସଜାଇଥିଲା । କେଉଁ ଆକାଉଣ୍ଟରେ ନିଜକୁ ବ୍ରିଟିଶ୍ ସଂସ୍ଥା ‘କୋଷ୍ଟା କାଫି’ର ବିକ୍ରି ପରିଚାଳକ ବୋଲି ଦର୍ଶାଇଥିଲା । ଏମିତିକି କିଛି ଆକାଉଣ୍ଟରେ ନିଜକୁ କ୍ରାଇମ୍ବ୍ରାଞ୍ଚ, ସିବିଆଇ, ପୁଲିସ ଅଧିକାରୀ ବୋଲି ପରିଚୟ ଦେଇଥିଲା । ଅଧିକାଂଶ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ନିଜ ନାଁ ଇନ୍ସପେକ୍ଟର ରାହୁଲ ବୋଲି ଲେଖିବାକୁ ସେ ଭଲ ପାଉଥିଲା ।