Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବିନା ହେଲମେଟ୍‌ରେ ସ୍କୁଟି ଚଳାଇ ରିଲ୍ସ କରିବା ରାଣୀଙ୍କୁ ପଡିଲା ମହାଙ୍ଗା

Sanchar Live by Sanchar Live
November 25, 2024
in ଓଡିଶା
0
ବିନା ହେଲମେଟ୍‌ରେ ସ୍କୁଟି ଚଳାଇ ରିଲ୍ସ କରିବା ରାଣୀଙ୍କୁ ପଡିଲା ମହାଙ୍ଗା

Oplus_131072

0
SHARES
62
VIEWS
FacebookTwitter

ଭୁବନେଶ୍ୱର : ବିନା ହେଲମେଟ୍‌ରେ ସ୍କୁଟି ଚଳାଇ ଏଭଳି ସୁପରହିଟ୍‌ ଆଲବମ୍‌ ଗୀତର ତାଳେ ତାଳେ ରିଲ୍ସ କରିଥିଲେ । ଇନଷ୍ଟାଗ୍ରାମ, ୟୁ-ଟ୍ୟୁବ୍‌ ଭଳି ସୋସିଆଲ ମିଡିଆରେ ପୋଷ୍ଟ ବି କରିଥିଲେ । ଯାହାକି, ଆଲବମ କୁଇନ୍‌ ରାନୀ ପ୍ରିୟଦର୍ଶିନୀ ଓରଫ ଭାରତୀ ସାହୁଙ୍କୁ ମହଙ୍ଗା ପଡିଛି । ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେଇଛି । ରାନୀଙ୍କ ସ୍କୁଟି (ଓଡି୦୨ସିୟୁ ୪୯୩୭)କୁ ଜବତ କରିଛି ।

ରାନୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହିଭଳି ୨-୩ଟି ଭିଡିଓ ଗତକାଲି ପୋଷ୍ଟ ହୋଇଥିଲା । ଯେଉଁଥିରେ ରାଜଧାନୀର ଏକ ବ୍ୟସ୍ତବହୁଳ ରାସ୍ତାରେ ରାନୀ ସ୍କୁଟି ଚଳାଉଥିବା ଦେଖାଯାଇଥିଲା । ମୁଣ୍ଡରେ ହେଲ୍‌ମେଟ ପିନ୍ଧି ନଥିଲେ । ସ୍କୁଟି ଚଳାଇବା ବେଳେ ସେ ଗୀତର ତାଳେ ତାଳେ ନାଚୁଥିଲେ । ଅନ୍ୟ କେହି ଜଣେ ଏସବୁର ଦୃଶ୍ୟ ମୋବାଇଲ୍‌ରେ ରେକର୍ଡ କରୁଥିଲା । ଉକ୍ତ ରାସ୍ତାରେ ଦୃତଗତିରେ ଯାଉଥିବା କାର, ବାଇକ୍‌, ବସ୍‌ ସହ ଦୁର୍ଘଟଣାର ଆଶଙ୍କା ଥିଲା । ରାନୀ କିନ୍ତୁ ନାଚଗୀତରେ ଏତେ ମସଗୁଲ ହୋଇଯାଇଥିଲେ ଯେ, ଏଥିପ୍ରତି ତାଙ୍କର ଆଦୌ ନିଘା ନଥିଲା ।

ଏନେଇ ନାରାୟଣ ବିଶ୍ୱାଳ ନାମକ ଜଣେ ଏକ୍ସ ଆକାଉଣ୍ଟଧାରୀ ଏସ୍‌ଟିଏକୁ ଟୁଇଟ୍‌ ଯୋଗେ ଅବଗତ କରାଇଥିଲେ । ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପରିବହନ ଆୟୁକ୍ତ ଅମିତାଭ ଠାକୁର ଓ ଡିସିପି ଟ୍ରାଫିକଙ୍କୁ ଉକ୍ତ ଟୁଇଟ୍‌ରେ ଟ୍ୟାଗ୍‌ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ବଡ଼ଗଡ଼ ଥାନା ପୁଲିସ ସହାୟତାରେ ଆର୍‌ଟିଓ-୨ ଏମ୍‌ଭିଆଇ ସ୍କ୍ୱାଡ୍‌ ରାନୀଙ୍କ ଘରୁ ସ୍କୁଟିକୁ ଜବତ କରିଛି । ଏସ୍‌ଟିଏ ଚେତାଇଛି, ଯେକେହି ରିଲ୍ସ ନାଁରେ ସଡ଼କ ସୁରକ୍ଷା ନିୟମକୁ ଲଂଘିବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Tags: rani priyadarshinitraffic rules
ShareTweetShareSend
Sanchar Live

Sanchar Live

Next Post
ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି ୩୦ ହଜାର ଲୋକ : ମୁଖ୍ୟମନ୍ତ୍ରୀ

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.