ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହେଲେ ଶ୍ରୀରାଧାର ସ୍ରଷ୍ଟା । ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ରମାକାନ୍ତ ରଥଙ୍କୁ ଶେଷ ବିଦାୟ ଦିଆଯାଇଛି। ଗତକାଲି ଭୁବନେଶ୍ଵରରେ ଥିବା ବାସଭବନରେ ତାଙ୍କର ବିୟୋଗ ହୋଇଥିଲା। ବିଦେଶରୁ ପୁଅ ଆସିବା ପରେ ରମାକାନ୍ତଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ଵରରୁ ପୁରୀ ନିଆଯାଇଥିଲା। ନବୀନ ପଟ୍ଟନାୟକ, ମୋହନ ମାଝୀଙ୍କ ସମେତ ବିଶିଷ୍ଟ ବ୍ଯକ୍ତିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ବାସଭବନକୁ ଯାଇ ମଧ୍ୟ ଶେଷ ଦର୍ଶନ କରିଥିଲେ ମାନ୍ୟଗଣ୍ଯ ବ୍ଯକ୍ତି। ୯୧ ବର୍ଷ ବୟସରେ ଗତକାଲି ରମାକାନ୍ତ ରଥଙ୍କ ପରଲୋକ ଘଟିଥିଲା।