ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠୁ ନାମାଙ୍କନ ଆରମ୍ଭ। ଆଜିଠାରୁ ଜୁନ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ । ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ଥିବା ରାଜ୍ୟସଭା ସଦସ୍ୟ ପଦ ପାଇଁ ଉପନିର୍ବାଚନ ହେବ । ଏଥିପାଇଁ ବିଧାନସଭା ସଚିବ ତଥା ରିଟର୍ଣ୍ଣିଂ ଅଫିସର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମନୋନୟନ ପତ୍ର ଛୁଟି ଦିନ ବ୍ୟତୀତ ଅନ୍ୟ ଦିନରେ ଦାଖଲ ହୋଇପାରିବ ।
ସୂଚନାନୁଯାୟୀ, ଜୁନ ୯ ତାରିଖରେ ପାର୍ଥୀପତ୍ର ଯାଞ୍ଚ ହେବ । ୧୧ ତାରିଖ ଅପରାହ୍ନ ୩ଟା ଭିତରେ ପ୍ରାର୍ଥି ପ୍ରତ୍ୟାହାରର ଶେଷ ଦିନ। ଜୁନ୍ ୧୮ରେ ଭୋଟ୍ ଗ୍ରହଣ ସହ ରେଜଲ୍ଟ ପ୍ରକାଶ ପାଇବ।
