ସଂଚାର ବ୍ୟୁରୋ: ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡ଼ା ଜବାବ । ଭାରତରେ ଆପେ ଆପେ ଯୋଡ଼ିହେବ ପିଓକେ । ଦିଲ୍ଲୀରେ ଅନୁଷ୍ଠିତ ବାର୍ଷିକ ବ୍ୟବସାୟ ସମ୍ମିଳନୀ-୨୦୨୫ରେ ଯୋଗଦେଇ ପିଓକେକୁ ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ରାଜନାଥ ସିଂ । ପିଓକେର ଲୋକେ ଆମ ନିଜର ଓ ଆମ ପରିବାରର । ଭୌଗୋଳିକ ଓ ରାଜନୈତିକ ଦୃଷ୍ଟିରୁ ଆମର ଯେଉଁ ଭାଇମାନେ ଆମଠାରୁ ଅଲଗା ହୋଇଯାଇଛନ୍ତି ସେମାନେ ମଧ୍ୟ କେବେ ନା କେବେ ନିଜ ସ୍ୱାଭିମାନ, ଆତ୍ମାର ସ୍ୱର ଏବଂ ସ୍ୱେଚ୍ଛାକୃତ ଭାବରେ ଭାରତର ମୁଖ୍ୟସ୍ରୋତକୁ ଫେରିବେ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜିର ଅନ୍ତର୍ଜାତୀୟ ଅନିଶ୍ଚିତତାର କାରଣ ହେଉଛି ବିଶ୍ୱାସର ଅଭାବ। ମେକ୍ ଇନ୍ ଇଣ୍ଡିଆ ଭାରତର ଜାତୀୟ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଯଦି ଆମ ପାଖରେ ଏହି କ୍ଷମତା ନଥାନ୍ତା, ତେବେ ଭାରତୀୟ ସେନା ପାକିସ୍ତାନର ତଳ ଅଞ୍ଚଳରୁ ପିଓକେ ପର୍ଯ୍ୟନ୍ତ ଆତଙ୍କବାଦ ବିରୁଦ୍ଧରେ ଏତେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ନେଇପାରି ନଥାନ୍ତେ । ପାକିସ୍ତାନ ଆଜି ଅନୁଭବ କରିଛି ଯେ ଆତଙ୍କବାଦର ବ୍ୟବସାୟ ଚଳାଇବା ଖର୍ଚ୍ଚ ପ୍ରଭାବଶାଳୀ ନୁହେଁ ଏବଂ ଏଥିପାଇଁ ତାକୁ ବହୁତ ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି କହିଛନ୍ତି ରାଜନାଥ ସିଂ । ସେପଟେ ଭାରତୀୟ ବାୟୁସେନା ମୁଖ୍ୟ ଅମର ପ୍ରୀତ ସିଂହ କହିଛନ୍ତି ଆମ ପାଇଁ ସମୟସୀମା ବଡ଼ ସମସ୍ୟା । ସେପଟେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠି କହିଛନ୍ତି ଯୁଦ୍ଧ ଏବଂ ଶାନ୍ତି ମଧ୍ୟରେ ରେଖା ଅସ୍ପଷ୍ଟ ହେଉଛି । …