ସଂଚାର ବ୍ୟୁରୋ: ସ୍ୱାମୀକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିଲା ସ୍ତ୍ରୀ । ପୋଲିସ ତଦନ୍ତ ପରେ ହତ୍ୟାକାରୀ ସ୍ତ୍ରୀ ଗିରଫ । ସହଯୋଗୀ ଫେରାର ।
ଘୋରେଇ କଳହ କୁ ନେଇ ସ୍ୱାମୀ କୁ ହତ୍ୟା କରିବା ପରେ ବିରଫ ଭୟ ରେ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର । ହତ୍ୟା ପରେ ଜଣେ ସହଯୋଗୀ ସହ ମିଶି ଆତ୍ମହତ୍ୟା ର ରୂପ ଦେବାକୁ କରିଥିଲା ପ୍ଲାନ । ତଦନ୍ତ ପରେ ସ୍ତ୍ରୀ ର ଷଡ଼ଯନ୍ତ୍ର ର ପର୍ଦାଫାଶ କଲା ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାମ ପଞ୍ଚାୟତର ଢେଙ୍ଗୁରପାଣି ଗ୍ରାମ ତୁରୀଟୋଲି ଅଞ୍ଚଳରେ । ମୃତକ ଜଣକ ୫୮ ବର୍ଷୀୟ ବାବୁଲାଲ ଲାକ୍ରା ହୋଇଥିବା ବେଳେ ହତ୍ୟା ଅଭିଯୁକ୍ତ ସ୍ତ୍ରୀ ହେଲେ ୫୫ବର୍ଷୀୟ ସିଂଘି ଲାକ୍ରା ।
ଗତ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମା ରେ ମାଛ ତରକାରୀ କୁ ନେଇ ଉଭୟ ସ୍ୱାମୀ ବାବୁଲାଲ ଲାକ୍ରା ଓ ସ୍ତ୍ରୀ ସିଂଘି ଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀ ମଦ ପିଇ ଖାଇବା ଥାଳି କୁ ଲାତ ମାରିବା ସହ ସ୍ତ୍ରୀ ସିଂଘି କୁ ଏକ ବାଡ଼ିରେ ମାଡ଼ ମରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ସିଂଘି ଘରେ ପଡିଥିବା ଏକ ଫାର୍ସାର ପଛ ପଟୁ ସ୍ୱାମୀ ବାବୁଲାଲ ର ମୁଣ୍ଡ ପଛ ପଟେ ବେକ କୁ ଆଘାତ କରିଥଲା । ଯାହା ଫଳରେ ବାବୁଲାଲ ଅଚେତ ହୋଇ ପଡି ଯାଇଥିଲେ। ସ୍ୱାମୀ ମରି ଯାଇଥିବା ଭାବି ସ୍ତ୍ରୀ ସିଂଘି ଅନ୍ୟ ଜଣେ ପୁରୁଷ ସହଯୋଗୀ କୁନ୍ଦ। ସହ ମିଶି ସ୍ୱାମୀଙ୍କ ବେକରେ ରଶି ଲଗାଇ ରାତ୍ରୀ ରେ ଘର ବାହାରେ ଥିବା ଏକ ଆମ୍ଭ ଗଛ ରେ ଟାଙ୍ଗି ଦେଇ ଆତ୍ମହତ୍ୟା ର ରୂପ ଦେଇଥିଲେ। ପରବର୍ତ୍ତୀ ସମୟରେ ମୃତ ବାବୁଲାଲଙ୍କ ଝିଅ ଓ ଜ୍ୱାଇଁଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ବେଳେ ଅଭିଯୁକ୍ତ ସ୍ତ୍ରୀ ସିଂଘି ନିଜ ଦୋଷ ସ୍ୱୀକାର କରିଥିଲା। ଘଟଣା ସ୍ଥଳରେ ପୋଲିସ ରିକ୍ରିଏସନ କରିବା ପରେ ଅପମୃତ୍ୟୁ ମାମଲା କୁ ହତ୍ୟା ମାମଲା କୁ ରୂପାନ୍ତରିତ କରି ଅଭିଯୁକ୍ତ ସ୍ତ୍ରୀ ସିଂଘି କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଦିବ୍ୟାଙ୍ଗ ସହଯୋଗୀ କୁନ୍ଦ ଫେରାର ଥିବା ବେଳେ ପୋଲିସ ତାକୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଛି।