Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

Sanchar Live by Sanchar Live
June 5, 2025
in ଓଡିଶା
0
ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି
0
SHARES
5
VIEWS
FacebookTwitter

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ରାଜେନ୍ଦ୍ରାଭିଷେକ ନୀତିରେ ଅନୁଷ୍ଠିତ ହେବ । ସଂଧ୍ୟାଧୂପ ନୀତି ଶେଷ ହେବାପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବେ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯିବ । ମହାପ୍ରଭୁଙ୍କ ଆଲଟ ଲାଗି ନୀତି ସରିବା ପରେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇବେ । ତା’ପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ସରି ସୁସଜ୍ଜିତ ରଥରେ ମଦନମୋହନ ଘଣ୍ଟ, ଛତା, କାହାଳି ଓ ପଟୁଆର ମଧ୍ୟରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ । ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ ।

ସେପଟେ ରଥଯାତ୍ରା ପାଖେଇ ଆସୁଥିବାବେଳେ ଆଗେଇ ଚାଲିଛି ରଥକାମ । ଆଉ କିଛି ସମୟ ପରେ ରତଖଳା ପରିଦର୍ଶନ କରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡରେ ଅବତରଣ ପରେ ଶ୍ରୀମନ୍ଦିର ଯିବା ସମ୍ଭାବନା ରହିଛି ।ମହାପ୍ରଭୁଙ୍କ ଆଶୀଷ ନେବାପରେ ସେଠାରୁ ରଥଖଳାକୁ ଯାଇ ରଥନିର୍ମାଣ କାର୍ଯ୍ୟର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।

୪୨ ଟି ଯାକ ଚକ ଓ ୨୧ ଅଖ ଡେରା କାର୍ଯ୍ୟ ସମ୍ପନ୍ନ ହୋଇଛି । ତାଳଧ୍ଵଜ ରଥର ୧୪ ଟି ଚକ ସହ ୭ ଅଖ,ଦେବଦଳନ ରଥର ୧୨ ଚକ ସହ ୬ ଅଖ,ଏବଂ ନନ୍ଦିଘୋଷ ରଥର ୧୬ ଚକ ସହ ୮ ଟି ଅଖର ସଂଯୋଗ କାର୍ଯ୍ୟ ଶେଷ ହୋଇଛି । ଏହାପରେ ଅଖରେ ମେଣ୍ଡି ଲାଗିବ । ଚକରେ ବନ୍ଧ ଲାଗିବ । ପାଞ୍ଚ ଦଣ୍ଡା ଉଠିବା ପରେ ଭୋଇ ସେବକ ଦେବେ ଦ୍ଵିତୀୟ ହରିବୋଲ । ସେପଟେ ତିନି ରଥର ଧ୍ୱଜାବତା ନିର୍ମାଣ,ତିନି ରଥର ବେଦ୍ଦୀ ସିଂହାସନ ଜଗତପୂର୍ଷ୍ଠ ଶେଣୀ ର ଚଉପଟ କାର୍ଯ୍ୟ ,ଓ ପ୍ରତି ରଥର ଦୁଇ ଦୁଇଟି ଲେଖାଏଁ ପୋଲ ଗୟଳ କାର୍ଯ୍ୟ ଶେଷ ହୋଇଛି ।

Tags: odishapurirajabhisek besha
ShareTweetShareSend
Sanchar Live

Sanchar Live

Next Post
ଢେଙ୍କାନାଳକୁ ୩୦୮ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳକୁ ୩୦୮ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.