ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଡ଼ୋଲକିଆଙ୍କ ପରଲୋକ। ଦୀର୍ଘଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ୬୯ ବର୍ଷ ବୟସରେ ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏଥିସହ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆପଡ଼ାରୁ ୪ ଥରର ବିଧାୟକ ଥିଲେ ରାଜେନ୍ଦ୍ର ଢୋଲକିଆ । ପ୍ରଥମ ଥର ୨୦୦୪ରେ ସ୍ବାଧୀନ ଭାବେ ଲଢି ବିଧାୟକ ହୋଇଥିଲେ ।
ଥରେ ସ୍ଵାଧୀନ ଓ ୩ ଥର ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଢୋଲକିଆ । ପୂର୍ବ ବିଜେଡି ସରକାରରେ ରାଜେନ୍ଦ୍ର ଢୋଲକିଆ ଯୋଜନା ଓ ସମନ୍ଵୟ ବିଭାଗର ମନ୍ତ୍ରୀ ଥିଲେ । ୪ ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ନୂଆପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।