ସଂଚାର ବ୍ୟୁରୋ: ଭୋଟ ଚୋରି ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟ। ହରିଆଣାରେ ବିପୁଳ ଭୋଟ ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ରାହୁଲ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ହରିଆଣା ପ୍ରସଙ୍ଗରେ ତାତିଛନ୍ତି ରାହୁଲ। ହରିଆଣାରେ ନିର୍ବାଚନ ବେଳେ ବ୍ୟାପକ ଭୋଟ ଚୋରି ହୋଇଥିବାର ପ୍ରମାଣ ବଖାଣିଛନ୍ତି ରାହୁଲ। ସେ କହିଛନ୍ତି ହରିଆଣା ନିର୍ବାଚନରେ ଅନେକ ଅନିୟମିତତା ଘଟିଛି। ହରିଆଣାରେ ୫ ଲକ୍ଷ ନକଲି ଭୋଟର ଅଛନ୍ତି। ଏହା ସହ ନିର୍ବାଚନ ପ୍ରକ୍ରିୟାକୁ ନେଇ ବି ସେ ଉଠାଇଛନ୍ତି ପ୍ରଶ୍ନ। ଏପରିକି ବ୍ରାଜିଲର ଜଣେ ମଡେଲ ୨୨ ବାର ଭୋଟ ଦେଇଥିବା ଦେଖାଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ପ୍ରକୃତ ଭୋଟ ଠାରୁ ଡାକ ଭୋଟ ସଂଖ୍ୟା ଅଲଗା ବୋଲି ସେ କହିଛନ୍ତି। ହରିଆଣାରେ ପ୍ରତି ୮ ଜଣରେ ଜଣେ ଜାଲ୍ ଭୋଟର ବୋଲି ସେ କହିଛନ୍ତି।

