ନୂଆଦିଲ୍ଲୀ: ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ବେତ ନାଗରିକତା ଉପରେ ମେ’ ୫ରେ ହେବ ଶୁଣାଣି । ନାଗରିକତା ସମ୍ବନ୍ଧିତ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିବାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ କୋର୍ଟ କେନ୍ଦ୍ରକୁ କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି । ରାହୁଲ ଭାରତର ନାଗରିକ କି ନୁହେଁ ଏନେଇ ୧୦ଦିନ ଭିତରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।