ଆଉ ମିଳିବନି ରଘୁ ଦହିବରା । ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ବିୟୋଗ । କଟକ ଦହିବରା ଆଳୁଦମକୁ ପ୍ରସିଦ୍ଧ କରିଥିବା ଲୋକପ୍ରିୟ ଆଳୁଦମ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଛି । କଟକ ବିଡାନାସୀ ଗୋପାଳସାହି ଘରେ ତାଙ୍କର ପରଲୋକ ଘଟିଛି । ୬ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରିସେ ଦହିବରା ବ୍ୟବସାୟ କରୁଥିଲେ। ସବୁଦିନ ସେ ପ୍ରାୟ ୨୦୦ ଜଣଙ୍କ ପାଇଁ ଦହିବରା ପ୍ରସ୍ତୁତ କରିଥାନ୍ତି । ଆଳୁଦମ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇବାରେ ତାଙ୍କର ବିଶେଷ ଭୂମିକା ରହି ଛି। କଞ୍ଚା ଶାଳପତ୍ର ଠୁଙ୍ଗାରେ ପରସା ଯାଉଥିଲା ଦହିବରା । ସ୍ବତନ୍ତ୍ର ଶୈଳୀର ଦହିବରା ପ୍ରସ୍ତୁତି ପାଇଁ ପ୍ରସିଦ୍ଧ ଥିଲେ ରଘୁ ମଉସା । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଘରେ ଚିକିତ୍ସା ଚାଲିଥିଲା ।
ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ୧୯୫୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ଦହିବରା ଆଳୁଦମ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇବାରେ ତାଙ୍କର ବିଶେଷ ଭୂମିକା ରହିଛି । ଖାଇସାରିବା ପରେ ପେଡ଼ାରେ ମଧ୍ୟ ବ୍ୟବସ୍ଥା ହୋଇଥାଏ । ୪୫ ମିନିଟରୁ ଏକ ଘଣ୍ଟା ମଧ୍ୟରେ ତାଙ୍କର ସବୁ ଦହିବାର ବିକ୍ରି ହୋଇଯାଏ । ଦହିବରା ପ୍ରସ୍ତୁତିରେ ତାଙ୍କର ପୁରା ପରିବାର ସହଯୋଗ କରିଥାନ୍ତି । ୨୦୧୭ ମେ ମାସରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ପର୍ବରେ ଯୋଗଦେଇ ଦହିବାର ଆଳୁଦମ ବେପରା କରିଥିଲେ ।