ସଂଚାର ବ୍ୟୁରୋ: ପାନୀୟ ଜଳ ଯୋଗାଣ ଦାବିରେ ରାସ୍ତାରୋକ। ଗଜପତି ଜିଲ୍ଲା ରା.ଉଦୟଗିରିରେ ଗ୍ରାମବାସୀମାନେ ବୁଧବାର ସକାଳୁ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଗାଡି ଚଳାଚଳ ବନ୍ଦ ରହିଛି।
ସୂଚନାନୁଯାୟୀ, ରା.ଉଦୟଗିରିକୁ ତିନିମାସ ହେଲା ନିୟମିତ ପାଣି ମିଳୁନାହିଁ। ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ତେଣୁ ଗ୍ରାମବାସୀମାନେ ଆଜି ରା.ଉଦୟଗିରି ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାର ସ୍ଥାୟୀ ପ୍ରତିକାର ନହେଲେ ଧାରଣାରୁ ହଟିବେ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।